
ମୁନିଗୁଡ଼ା,୨୯/୯(ଜିଲ୍ଲା ଖବର) : ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣିଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଆୟୋଜିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦ,
ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିଷେକ ଦୁଧାଲ,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ.ବିଶ୍ବମ୍ବର ବେହେରା,ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଆଡ଼ିଶିନାଲ ଏକଯ୍ୟୁଟିବ ଅଫିସର କ୍ଷିରାବ୍ଦିତନୟା ସାହୁ,ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ସଚିନ ଆନ୍ନା ସାହେବ ଓହୁଲ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣାଣୀ କରିଥିଲେ।ଆଜି ମୋଟ ୧୧୫ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ,ସେଥିରୁ ୯୯ ଟି ବ୍ୟକ୍ତିଗତ,୧୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଗୋଷ୍ଠୀଗତ ଅଭିଯୋଗ ମଧ୍ୟରେ ସର୍ବ ସାଧାରଣ ସ୍ଥାନ ଗଣେଶ ନଗର ତଥା ଫିଲ୍ମ ହଲ ନିକଟରେ ଥିବା ବିଦେଶୀ ମଦ ବିକ୍ରୟ କେନ୍ଦ୍ରକୁ ସ୍ଥାନାନ୍ତିକରଣ,ମୁନିଗୁଡ଼ା ଭୟରବ ଗଡ ରାସ୍ତା ନିର୍ମାଣ ଜନିତ ସମସ୍ୟା ଏବଂ ମୁନିଗୁଡ଼ା ବଜାର ଆଲୋକିକରଣ,
ମୁନିଗୁଡାର ଜଳ ନିଷ୍କାସନ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା ।ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ କରିଥିଲେ।ଜିଲ୍ଲାପାଳଙ୍କ ଦ୍ୱାରା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଶ୍ରାବଣ ଯନ୍ତ୍ର,
ଚାଲିବାରେ ସହାୟତା ଷ୍ଟିକ,ହୁଇଲ ଚେୟାର ପ୍ରଦାନ କରାଯିବା ସହ ଆଠ ଜଣ ବୟସ୍କ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ନୂତନ ଭାବେ ପ୍ରଦାନ କରାଯାଇଥିଲା।ଏହି ଅଭିଯୋଗ ଶିବିରରେ ଜିଲ୍ଲା ଅବକାରୀ ନିରିକ୍ଷକ,ସାମାଜିକ ସୁରକ୍ଷା ଅଧିକାରୀ,
ଶ୍ରମ ନିୟୋଜନ ଅଧିକାରୀ,ବନ ଅଧିକାରୀ,ଜିଲ୍ଲା ଶିକ୍ଷା ଧିକାରୀ,
ବିଷମକଟକ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷିନୀ ଓରାମ,ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିକରି ଅସୀମା ରାଓଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମୟରେ ସେବା ସଂକଳ୍ପ ଅଭିଯାନ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ସେବା ସେତୁ ଶିବିର ବିଭିନ୍ନ ବିଭାଗ ତରଫରୁ ଅନୁଷ୍ଠିତ ହୋଇ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଦୂରୀଭୂତ କରିବାରେ ସହାୟକ ହୋଇଥିଲା।ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜିତ ଏହି ଅଭିଯୋଗ ଶୁଣାଣିରେ ସହକାରୀ ଯନ୍ତ୍ରୀ ବି ଶ୍ରୀନିବାସ ରାଓ,ମୁନିଗୁଡା ତହସିଲଦାର ଏମ ଅନୁରାଧା,ପିଏଚଡି ଏସଡିଓ ସୁବ୍ରତ କୁମାର ପାତ୍ର, ମୁନିଗୁଡା ଥାନା ଅଧିକାରୀ ଲଳିତ ମୋହନ ସାଗର,ବ୍ଲକ ଶିକ୍ଷାଧିକାରୀ ଗଣେଶ ଶବର,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ଜିପିଓ ମନୋରଞ୍ଜନ ବେହେରା,ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡ଼ିଙ୍ଗି,ଯୋଗାଣ ଅଧିକାରୀ ଆଶିଷ ସାହୁ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ,ଡ.ବିଶ୍ୱଜିତ ପାଣିଗ୍ରାହୀ,କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଅଶୋକ କୁମାର ସେଠୀ,ଆର ଡି ସହକାରୀ ଯନ୍ତ୍ରୀ କୃଷ୍ଣପ୍ରୀୟା ଗୋମଙ୍ଗ,କନିଷ୍ଠ ଯନ୍ତ୍ରୀ ଶୁଗ୍ୟାନି ବେହେରା,ବ୍ଲକ ସହକାରୀ ଯନ୍ତ୍ରୀ ସନ୍ଧ୍ୟାରାଣି ମଲ୍ଲିକ,କନିଷ୍ଠ ଯନ୍ତ୍ତୀ ଅମ୍ବିକା ଦାସ,ବିପିଏମ୍ ମମତା ରାଉଳ,ବଡ଼ବାବୁ ଜିତେନ୍ଦ୍ର କୁମାର ଧର ଏବଂ ସିଡ଼ିପିଓ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଜିଲ୍ଲା ଅଧିକାରୀଙ୍କୁ ସହଯୋଗ କରିଥିଲେ ।ବ୍ଲକ କର୍ମଚାରୀ ଅଜିତ ନାଗ,
ଦେବେନ୍ଦ୍ର ପାଣିଗ୍ରାହୀ,ମାନସ ନାୟକ,
ଇତିଶ୍ରୀ ମହାପାତ୍ର,ସସ୍ମିତା ତୁଳ,ସୁରଜ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।



