
ମୁନିଗୁଡ଼ା,୨୯-୯(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସାହିତ୍ୟ ସଂସଦ ଓ ସହଯୋଗୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘରର ମିଳିତ ଆୟୋଜନରେ ଉଭୟ ଅନୁଷ୍ଠାନର ସକ୍ରିୟ ସଦସ୍ୟ ସୁସାହିତ୍ୟିକ,ଲେଖକ,ମଞ୍ଚ ଅଭିନେତା,ସଂଚାଳକ ତଥା ସୁର ସଙ୍ଗୀତ କ୍ଷେତ୍ରର ସୁମଧୁର ଗାୟକ କବି ସୁବାସ ଚନ୍ଦ୍ର କୁରାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ତାଙ୍କର ସ୍ମୃତିକୁ ନେଇ କବିତା ପାଠ କାର୍ଯ୍ୟକ୍ରମ ସ୍ଥାନୀୟ ସଉଣ୍ଡିକ ମଙ୍ଗଳ ଭବନରେ ଅନୁଷ୍ଠିତ ହୋଇ ଯାଇଛି।ମୁନିଗୁଡ଼ା ସାହିତ୍ୟ ସଂସଦର ସଭାପତି ହୃଷୀକେଶ ଜାଲିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଉତ୍ତମ ଦାସଙ୍କ ସଂଯୋଜିତ ଏହି ସାରସ୍ଵତ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ସାହିତ୍ୟ ସାଂସଦ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟ ଘର ସଭାପତି ପି ସୁଧାକର ପାତ୍ର,ଅନ୍ୟତମ ମୁଖ୍ୟ ବକ୍ତା ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକ,ସମ୍ମାନିତ ଅତିଥି ସମାଜସେବୀ ତଥା ସାହିତ୍ୟିକ ଗୌରାଙ୍ଗ ଚରଣ ରାଉତ,ସାହିତ୍ୟ ସଂସଦ ଉପ ସଭାପତି ରାଜକିଶୋର ବେହେରା,ସମ୍ବାଦ ସାହିତ୍ୟ ଘର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ ମଞ୍ଚାଷିନ ଅତିଥି ତଥା ଉପସ୍ଥିତ ଅନେକ ସାହିତ୍ୟିକ,ଲେଖକ,କବିମାନେ ସୁବାସ କୁରାଙ୍କ ସାହିତ୍ୟ ସାଧନା,ସାହିତ୍ୟିକ ଜୀବନ ଓ ମୁନିଗୁଡ଼ା ସାହିତ୍ୟ ସଂସଦରେ ତାଙ୍କର ଅହମ ଭୂମିକା ଉପରେ ଆଲୋକପାତ କରିଥିଲେ।ସୂଚନା ଅନୁଯାୟୀ ସୁବାସ କୁରା ମୁନିଗୁଡ଼ା ଅଞ୍ଚଳରେ ଜଣେ ସୁ ସାହିତ୍ୟିକ ଭାବେ ବେଶ ଜଣାଶୁଣା।ବ୍ୟକ୍ତିଗତ ଜୀବନରେ ସେ ଶିକ୍ଷକତା ବୃତ୍ତି କରୁଥିଲେ ହେଁ ତାଙ୍କର ବ୍ରତ ସାହିତ୍ୟ ଥିଲା।ମୁନିଗୁଡ଼ା ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟକୁ ସଂରକ୍ଷିତ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା।ଏବେ ତାଙ୍କର ବୃତ୍ତିଗତ ଶିକ୍ଷକତାରେ ତାଙ୍କୁ ପଦୋନ୍ନତି ମିଳିବା ସହିତ ରାମନାଗୁଡ଼ା ବ୍ଲକକୁ ବଦଳି ହୋଇଛି।ଏହି ଅବସରରେ ମୁନିଗୁଡ଼ା ସାହିତ୍ୟ ସଂସଦ ତରଫରୁ ତାଙ୍କ ସମ୍ମାନ ଓ ସ୍ମୃତିରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ତାଙ୍କୁ ଉଭୟ ସାହିତ୍ୟ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର,ମାନପତ୍ର,ଉପହାର ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ କବୟିତ୍ରୀ ନିର୍ମଳା ମଲ୍ଲିକ,ନନ୍ଦିନୀ ଦାସ,
ସରିତା ରାଣୀ ନାୟକ,ସୁଶୀଳା ସରାଫ,
କବି କାଳିପ୍ରସାଦ ପାଣିଗ୍ରାହୀ,ଶିକ୍ଷକ ଗୌରାଙ୍ଗ ଚରଣ ରାଉତ,ଦୋଳଗୋବିନ୍ଦ ନାୟକ,
କାଳନ୍ଦୀ ନାୟକ,ପ୍ରକାଶ ମୁଦୁଲି,ପ୍ରମୋଦ କୁମାର ଦାସ,ସଞ୍ଜୟ ପତି,ପ୍ରହଲ୍ଲାଦ ସାହୁ, ଜାଜ୍ଞଜ୍ୟୋତି ପ୍ରଧାନ,ମନୋରଞ୍ଜନ ଦଳାଇ,କ୍ଷମାଶାଗର ଦାସ,ଧନୁ କୁଶୁଲିଆ ପ୍ରମୁଖ ଉପସ୍ଥିତ ରହି ସ୍ବରଚିତ କବିତା ଆବୃତ୍ତି କରିବା ସହିତ କବି ସୁବାସ କୁରାଂକ ଅମଳିନ ବ୍ୟକ୍ତିତ୍ଵ,ସାହିତ୍ୟ ସାଧନା ଓ ବୃତ୍ତିଗତ ଜୀବନ ଉପରେ ଆଲୋକପାତ କରିଥିଲେ।ଶେଷରେ କବି କାଳନ୍ଦୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



