
ବିଷମକଟକ ୧-୧୦(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ରାଧାକୃଷ୍ଣ ମନ୍ଦିର ଠାରେ ଆଜି ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାଜ ବିଷମକଟକ ବ୍ଲକର ସମସ୍ତ ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜ କୁ ନେଇ ଏହି ସମାଜ ଟି ଅନୁଷ୍ଠିତ ହୋଇଯାଇଅଛି।

ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜର ବିିଭିନ୍ନ ସମସ୍ୟା କୁ ସେମାନେ କାହା ପାଖରେ ପହଞ୍ଚାଇପାରୁନଥିଲେ। ସମସ୍ତ ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜର ଉନ୍ନତି ପାଇଁ ଏପରି ଏକ ସମାଜ ଆଜି ଗଠିତ ହୋଇଛି। ଏହି ସମାଜରେ ସଂଘ କୁ ପରିଚାଳିତ କରିବା ପାଇଁ ସଭାପତି ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ସଂଘର ସମସ୍ତ ସଭ୍ୟ ମାନଙ୍କ ଇଚ୍ଛାରେ ଚୟନ କରାଯାଇଛି। ବିଷମକଟକ ବ୍ଲକର ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜ ର ସଭାପତି କେ ସ୍ୟାମଶିବା ରାଓ, ଉପସଭାପତି ପି ମାଲିଶ୍ୱର ରାଓ, ସମ୍ପାଦକ ପି ମାଳିକାଣ୍ଟା, କୋଷାଧ୍ୟକ୍ଷ କେ ପ୍ରସାଦ ରାଓ,ସହ ସମ୍ପାଦକ ଏସ୍ ରାମା ରାଓ,ସହ ସମ୍ପାଦକ ପ୍ରଶାନ୍ତ ଆଚାରୀ,ସହ ସମ୍ପାଦକ କେ କ୍ରିଷ୍ଣା ରାଓ ଙ୍କୁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଷମକଟକ ବ୍ଲକର ସମସ୍ତ ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଉପସଭାପତି ପି ମାଲିଶ୍ୱର ରାଓ ପରିଚାଳନା କରିଥିଲେ।



