
ବ୍ରହ୍ମପୁର ,୪/୧୧(ଜିଲ୍ଲା ଖଵର) : ବନ୍ୟା ବିପନ୍ନଙ୍କ ସହାୟତାରେ ଦିନରାତି ଏକ କରି କାର୍ଯ୍ୟ କରୁଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ତଥା ଯୁବ ଆଇଏଏସ୍ ଅଧିକାରୀ ସମୀର କୁମାର ଜେନା। ଆସିକାର ବନ୍ୟାଞ୍ଚଳରେ କେତେବେଳେ ଟ୍ରାକ୍ଟର ତ କେତେବେଳେ
ଜଳ ମଗ୍ନ ରେ ଯାଇ ବିପନ୍ନଙ୍କୁ ରିଲିଫ୍ ଓ ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସମସ୍ୟା ବୁଝୁଛନ୍ତି।

ଏଭଳି କର୍ତ୍ତବ୍ୟନିଷ୍ଠା ଓ ମାନବିକତା ପାଇଁ ସେ ପ୍ରଶଂସା ସାଉଁଟୁଥିବା ବେଳେ ଅନ୍ୟପକ୍ଷରେ ବିପର୍ଯ୍ୟୟ ସମୟରେ ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ବିଧାୟକ ଦୁର୍ବ୍ୟବହାର କରିବା କେତେଦୂର ଗ୍ରହଣୀୟ ବୋଲି ପ୍ରଶ୍ନ ଉଠିଛି। ଏଭଳି ଅଧିକାରୀଙ୍କ ମନୋବଳ ବଢ଼ାଇବା ପରିବର୍ତ୍ତେ ତାଙ୍କୁ ଅସମ୍ମାନ କରିବା ଆଦୌ ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି।


