
ବିଷମ କଟକ ୨୯/୯(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ବିଷମ କଟକ ସଦର ରେ ରବିବାର ଦିନ ଦୁଇ ଜଣ ଙ୍କ ଅକାଳ ବିୟୋଗ ଘଟିଛି । ବିଷମ କଟକ ସଦର ଖାଲସାହି ସ୍ଥିତ ସଦାନନ୍ଦ ପଣ୍ଡା ଙ୍କୁ ଶନିବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପ୍ରଥମେ ବିଷମ କଟକ ଘରୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟମ୍ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ଦିବା ୧୦ ଘଟିକା ସମୟରେ ତାଙ୍କର ବିୟୋଗ ଘଟିଛି । ୫୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ବେଳକୁ ଧର୍ମପତ୍ନୀ ସୁଚିତା ପଣ୍ଡା ଏବଂ ସଳାଭାଇ ଉପସ୍ଥିତ ଥିଲେ । ସଦାନନ୍ଦ ଙ୍କ ମରଶରୀର ଆମ୍ବୁଲାନସ୍ ଯୋଗେ ବିଷମ କଟକ ନିଜ ଘରକୁ ଅଣାଯାଉଛି । ସଦାନନ୍ଦ ଜଣେ ମେଳାପି ବ୍ୟକ୍ତି ସାଙ୍ଗକୁ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଥିଲେ । ପରିବାର ବନ୍ଧୁବର୍ଗ ଆସିବା ପରେ ସମବାର ଦିନ ତାଙ୍କ ମରଶରୀର ଶେଷକୃତ୍ୟ ସମ୍ପନ୍ନ କରାଯିବା ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ସେହିପରି ହେମଗିରି ସାହି ସ୍ଥିତ ହୋମିଓ ପାଥି ଡାକ୍ତର ଗୋବର୍ନ୍ଧନ ତ୍ରିପାଠୀ କର୍କଟ ରୋଗରେ ପିଡିତ ହୋଇ ସ୍ଥାନୀୟ ଘରେଇ ମେଡିକାଲ ରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ରବିବାର ଦିନେ ତାଙ୍କର ଅକାଳ ବିୟୋଗ ଘଟିଛି । ଗୋଟିଏ ଦିନରେ ବିଷମ କଟକ ର ଦୁଇ ଜଣ ଜଣାଶୁଣା ବ୍ୟକ୍ତି ବିଶେଷ ଙ୍କ ମୃତ୍ୟୁ ବିଷମ କଟକ ବାଷି ଙ୍କୁ ମର୍ମହତ କରିଛି । ଉଭୟ ଙ୍କ ମୃତ୍ୟୁ ଖବର ପାଇଁ ସାଙ୍ଗସାଥି,ବନ୍ଦୁବର୍ଗ ଏବଂ ବିଶିଷ୍ଠ ବ୍ୟକ୍ତି ବିଷେ ମାନେ ମୃତକ ଙ୍କ ଘରେ ପହଁଚି ପରିବାର ଲୋକଙ୍କୁ ସମବେଦନା ଜଣାଛନ୍ତି । ଉଭୟ ଙ୍କ ମୃତ୍ୟୁ ରେ ବିଷମ କଟକ ବିଧାୟକ ନିଳମାଧବ ହିକକା, ପୂର୍ବତନ ମନ୍ତ୍ରୀ ଜନଗନ୍ନାଥ ସାରକା,ରାଜ୍ୟ ବିଜେଡି ସମ୍ପାଦକ ସୁଧୀର କୁମାର ଦାଶ, ଯୁଗ୍ମ ସମ୍ପାଦକ ପୃଥ୍ୱୀରାଜ ସାହୁ,ଜ୍ୟୋତି ସାହୁ, ଦିଲିପ କୁମାର ପଟ୍ଟନାୟକ,ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।



