Thursday, October 15, 2026
Home ଅପରାଧ ପୋଲିସର ଚଢ଼ାଉ ମହୁଲି ମଦ ଜବତ,ବିପୁଳ ପରିମାଣର ପୋଚ ନଷ୍ଟ

ପୋଲିସର ଚଢ଼ାଉ ମହୁଲି ମଦ ଜବତ,ବିପୁଳ ପରିମାଣର ପୋଚ ନଷ୍ଟ

58

ବାଲିଗୁଡା,୧୧-୦୫(ଜ଼ିଲ୍ଲା ଖବର): ସାରା ଦେଶରେ ମହାମାରୀ କରୋନା ଲାଗି ରହିଥିଲା ବେଳେ ଦିନକୁଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ ରହି ଥିବାରୁ ମହୁଲି ମଦ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ମାଧ୍ୟମରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ ଜାରି ରଖିଛି |ମହାସିଙ୍ଗି ର ବଗାଡ ଠାରେ ଦୁଇଦିନ ତଳେ ବିପୁଳ ପରିମାଣର ମହୁଲ ପୋଚ କୁ ନଷ୍ଟ କରିବା ସହ,୭୦ ଲିଟର ମହୁଲି ମଦ ଜବତ କରିଛି ପୋଲିସ୍ । ଅନୁରୂପ ଭାବେ ଗତ କାଲି ରାତ୍ରି ଜାଫିମାସ୍କା ରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି | ଖବାର ପାଇଁ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଚାରିଜଣଙ୍କୁ ଗିରଫ କରି ମହୁଲ ପୋଚ କୁ ନଷ୍ଟ କରି ପ୍ରାୟ 80 ଲିଟର ମଦ ଜବତ କରିଛନ୍ତି |ଘଟଣା ସ୍ଥଳରେ ଗିରଫ ବ୍ୟକ୍ତିମାନେ ହେଲେ ଦୁଃଖିଶ୍ୟାମ ବେହେରଦଳାଇ, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଗୀତା ବେହେରା ଓ ରତେଈ ପାତ୍ର | ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବହୁ ପରିମାଣରେ ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ମଧ୍ୟ ନଷ୍ଟ କରିଛନ୍ତି ବାଲିଗୁଡା ପୋଲିସ୍ । ବାଲିଗୁଡ଼ା ଥାନା ଅଞ୍ଚଳରେ ଏଭଳି ଚଢ଼ାଉ ଆଗକୁ ଜାରିରହିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଆଇସି ପ୍ରଶାନ୍ତ କୁମାର ବେହେରା | ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ