Thursday, October 15, 2026
Home ଜିଲ୍ଲା କନ୍ଧମାଳ ଗ୍ରୀନ ଜୋନରେ ବସ ଚଳାଚଳ ସମ୍ପର୍କ

ଗ୍ରୀନ ଜୋନରେ ବସ ଚଳାଚଳ ସମ୍ପର୍କ

126

ବାଲିଗୁଡା,୧୦-୦୫(ଜିଲ୍ଲା ଖବର): ଦେଶରେ ମହାମାରୀ କରୋନା ର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା ବେଳେ ରାଜ୍ୟ ସରକାର ଗ୍ରୀନ ଜୋନରେ ଥିବା ଜିଲାକୁ ବସ ଚଳାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି କିନ୍ତୁ ନିର୍ଧାରିତ ସିଟ ଠାରୁ 50% ରୁ କମ ଯାତ୍ରୀକୁ ନେଇ ବସରେ ନେବାପାଇଁ ନିଦେର୍ଶ ଦିଆଯାଇଛି | ଗତ ମାର୍ଚ୍ଚ ମାସ 23 ତାରିଖ ଠାରୁ ସମଗ୍ର ଦେଶରେ ବସ ସେବା ବନ୍ଦ ହୋଇଛି | ଏହାର ପ୍ରଭାବ ବାଲିଗୁଡା ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହି ବସ ସେବା ବନ୍ଦ ହୋଇଯିବାରୁ ବସ ର କର୍ମଚାରୀ ଭୋକ ଉପାସରେ ଦିନ କାଟୁଥିବା ର ଦେଖିବାକୁ ମିଳିଛି | ବସ ମାଲିକ ସଂଘ ର ସଭାପତି ଶ୍ରୀ ରବି ଚନ୍ଦ୍ର ପାଳ ଏବଂ ସମ୍ପାଦକ ରବି ଚନ୍ଦ୍ର ପାତ୍ର ଓ ବସ ମାଲିକ ମାନଙ୍କୁ ନେଇ ସମସ୍ତ ସମସ୍ୟା ଅନୁଧ୍ୟାନ କରି ବିହିତ ପଦଖେପ ଗ୍ରହଣ କରିବାକୁ ସରକାର ଙ୍କ ନିକଟରେ ନିଵେଦନ କରିଛନ୍ତି | ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ