ବାଲିଗୁଡା,୦୮-୦୫(ସୁକାନ୍ତ କୁମାର ତ୍ରିପାଠୀ): ବର୍ତମାନ କରୋନା ମହାମାରୀ ବ୍ୟାପିଥିଲା ସମୟରେ ସରକାର ଲକ୍ଡାଉନ ଜାରି ରଖିଥିଲା ବେଳେ କନ୍ଧମାଳ ଜିଲ୍ଲାର ବାଟାଗୁଡା ଗ୍ରାମ ପଂଚାୟତର ଫୁଲଲଦାଙ୍ଗିଆ ଗ୍ରାମର ନିରୁପମା ଡିଗାଲ ନାମଧ୍ୟାୟ ଜଣେ ଦେଶୀମଦ ବିକ୍ରି କରୁଥିବାର ଜଣାଯାଇଛି | ଏହି ଖବର ନାରୀସଂଘ ଜାଣିପାରି ନିରୁପମା ଡିଗାଲକୁ ଏହି ମଦର କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ | ଏତଦ ବ୍ୟତୀତ ନାରୀ ସଂଘର ମହିଳା ମାନେ କହିବା ପ୍ରକାରେ ଏହି ଖବର ପଂଚାୟତ ର ସରପଞ୍ଚ ଏବଂ ପୋଲିସକୁ ଜଣାଇଥିଲେ | ପୋଲିସ ଯାଇ ସେଠାରେ ପହଂଚି ଲୋକ ମାନଙ୍କ ସହାୟତାରେ ମଦ ବିକ୍ରି ବନ୍ଦ କରିଥିଲେ ଓ ମଦ କୁ ଜବତ କରିଥିଲେ | ଏହି ମଦ ବିକ୍ରି ନ କରିବା ପାଇଁ ନାରୀସଙ୍ଘ ର ମହିଳା ମାନେ ଆଗରୁ ବାରମ୍ବାର ମନା କରି ଆସୁଥିଲେ ତଥାପି ଏହି ମଦ ବିକ୍ରି କରୁଥିବା ଦେଖୀ ନାରୀସଂଘ କର୍ମୀ ତଥା ଗ୍ରାମର ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ |






