Home ଜିଲ୍ଲା କନ୍ଧମାଳ କୁର୍ତ୍ତମଗଡ଼ ନିକଟରେ ଏକ ମିନି କଣ୍ଟେନର ଦୁର୍ଘଟଣା

କୁର୍ତ୍ତମଗଡ଼ ନିକଟରେ ଏକ ମିନି କଣ୍ଟେନର ଦୁର୍ଘଟଣା

41

ବାଲିଗୁଡା,୦୬-୦୫(ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟରେ ଏକ ମିନି କଣ୍ଟେନର ଦୁର୍ଘଟଣା ଗସ୍ତ ହୋଇଥଲା। ଗାଡିଟି ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଯାଉଥିବାବେଳେ ଭାରସାମ୍ୟ ହରାଇ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦର ମାଇଲ୍ ଠାରେ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା | ମିନି କଣ୍ଟେନର ଗାଡିର ନମ୍ବର ODO7AD5613 ବୋଲି ଜଣାପଡିଛି | ଗାଡ଼ିର ଆଗପଟ ଗଛରେ ଧକ୍କା ଦେବା ଫଳରେ ଗାଡ଼ି ଭିତରେ ଚାପିହୋଇ ରହିଯାଇଥିଲେ ଡ୍ରାଇଭର । ଖବରପାଇ ତୁମୁଡ଼ିବନ୍ଧ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଡ୍ରାଇଭର୍ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଵା ପରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା |