ବାଲିଗୁଡା,୦୪-୦୫(ସୁକାନ୍ତ କୁମାର ତ୍ରିପାଠୀ) : ଦ୍ବିତୀୟ ଥର ପାଇଁ ବାଲିଗୁଡ଼ା ପୁଲିସ ପକ୍ଷରୁ ଆଉ ଏକ ସଚେତନତା ର ଗୀତ ଛୋଟ ଏକ ଭୁଲ୍ ସାରିଦେବ’ ଗତକାଲି ରିଲିଜ୍ ହୋଇଛି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଗୀତଟିର ରଚନା କରିଥିବା ବେଳେ ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର୍ ଗୋକୁଳ ଚନ୍ଦ୍ର ଚାନ୍ଦ୍ କଣ୍ଠ ଦାନ କରିଛନ୍ତି। ବାଲିଗୁଡା ର ସମସ୍ତ ଜନସାଧାରଣ ଓ ଅଫିସ କର୍ମଚାରୀ ଙ୍କୁ ନେଇ ଏହି ଗୀତ ରଚିତ ହୋଇଛି | ବାଲିଗୁଡ଼ା ଥାନା ପରିସରରେ ଏସଡିପିଓ ମାନସ ରଞ୍ଜନ ବାରିକ୍, ଆଇଆଇସି ପ୍ରଶାନ୍ତ କୁମାର ବେହେରା, ବିଡ଼ିଓ ନରେଶ ଚନ୍ଦ୍ର ସବର, ଡାକ୍ତର ଗୋକୁଳ ଚାନ୍ଦ, ତହସିଲଦାର ସୁଶ୍ରୀ ଖିରାବ୍ଧୀତନୟା ସାହୁ, ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଗୀତଟିର ସିଡି ଉନ୍ମୋଚିତ କରିଛନ୍ତି। ଏହି ଗୀତରେ ଜନସାଧାରଣଙ୍କ ପାଇଁ ସଚେତନର ବାର୍ତ୍ତା ରହିଛି। କରୋନା ନିରାକରଣ ପାଇଁ ବାର୍ତା ରହିଥିବାତୁ ଏହି ଗୀତଟି ଜନସାଧାତାନଙ୍କର ବିଶେଷ ଅଦୃତ ହୋଇଛି | ଗୀତଟି ଶୁଣିବାପାଇଁ ସୁମଧୁର ହୋଇଥିବାରୁ ଗୀତଟି ରଚନା କରିଥିବା ବ୍ୟକ୍ତି ଏବଂ ଗୀତ ଟି ଗାନ କରିଥିବା ବ୍ୟକ୍ତି ମାନେ ଜନସାଧାରଣ ରେ ପ୍ରଶଂସା ର ପାତ୍ର ହୋଇଛନ୍ତି |






