
ବାଲିଗୁଡା, ୦୨-୦୫ (ସୁକାନ୍ତ କୁମାର ତ୍ରିପାଠୀ ) : ବାରଖମା ଏବଂ ବାଲିଗୁଡାରେ କାର୍ଯ୍ୟରତ କମ୍ୟୁନିଟି ହେଲଥ ସେଣ୍ଟର ଡାକ୍ତର ଗୋକୁଳ ଚନ୍ଦ୍ର ଚାନ୍ଦ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଶ୍ରୀ ବସନ୍ତ କୁମାର ପାତ୍ର କରୋନା ଉପରେ ଗୋଟିଏ ସୁନ୍ଦର ଗୀତ ରଚନା କରିଛନ୍ତି ତାହାକୁ ଡାକ୍ତର ଗୋକୁଳ ଚନ୍ଦ୍ର ଚାନ୍ଦ ତାଙ୍କର ନିଜର ବାସଭବନ ରେ ସୁନ୍ଦର ଭାବରେ କଣ୍ଠରେ ଗାନ କରିଥିଲେ | ଦୂରତା କିପରି ବଜାୟ ରଖିବ, ହାତ ଧୋଇବା, ମାକ୍ସ ପିନ୍ଧିବା, ୧୦୪ଆମ୍ବୁଲାନ୍ସ କୁ ଫୋନ କରିବାକୁ ଗୀତ ମାଧ୍ୟମରେ ପ୍ରେରଣ ଦେଇଥିଲେ | ଦରକାର ନ ପଡିଲେ ଘରୁ ନ ବାହାରିବାକୁ ଗୀତ ମାଧ୍ୟମରେ ଜଣାଇଥିଲେ | ଏହି ଗୀତଟି ରୁଚି କର ହୋଇଥିବାରୁ ଲୋକମାନଙ୍କ ପକ୍ଷ୍ୟ ମନମୁଗ୍ଧକର ସଚେତନ ର ବାର୍ତା ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ସେ ଆହୁରି ମଧ୍ୟ ଅନେକ ଗୁଡ଼ିଏ ଗୀତ ଗାଈଥିବାର ଶୁଣିବାକୁ ମିଳିଛି |






