ଅହଙ୍କାର

28

ଅହଙ୍କାର ମନ ଆତ୍ମ ବଡିମା
କ୍ଷୁର୍ଣ୍ଣ କରି ଚାଲେ ନିଜ ଗାରିମା।

ବଡ଼ ଲୋକ ବୋଲି ଭାବି ସେ ଜନ
ଫମ୍ପା ମାଠିଆ ର ଶବ୍ଦ ଯେସନ ।

ମଣିଷ ଜନମ ଦୁର୍ଲଭ ଅଟେ
ବିନୟ ହୋଇଲେ ଯଶ ସାଉଣ୍ଟେ।

ବୃଥା ଅହଙ୍କାର ପାପ ଅରଜେ
ସମାଜରେ କଳଙ୍କ ବିପତ୍ତି ସାଜେ।

ଅହଙ୍କାର ବଳେ କୌରବ ନାଶ
ଧର୍ମ ବିନୟେ ପାଣ୍ଡବ ଙ୍କ ଯଶ ।

ଅହଙ୍କାରୀ ସାଥେ ଈଶ୍ୱର ଛଡା
ଉତ୍ତର ବୟସେ ହୁଏ ସେ ତଡା।

ମଲା ଗଲା ଏଇ ଦୁନିଆ ତଳେ
ଜୀବନ ସଫଳ ନମ୍ରତା ବଳେ ।

ଧର୍ମ ର ବିଜେତା ସତ୍ କର୍ମ ଆଚରି
ଅହଙ୍କାର ଅଧର୍ମି ଯା’ ନ୍ତିି ଅପସରି।

ପ୍ରତାପ ଚନ୍ଦ୍ର ମିଶ୍ର,ଆସ୍କା,ଗଞ୍ଜାମ