Home ଆଞ୍ଚଳିକ ମା ଖମ୍ବେଶ୍ବରୀ ହାଇଓ୍ବା ମାଲିକ ସଂଘର ବୈଠକ

ମା ଖମ୍ବେଶ୍ବରୀ ହାଇଓ୍ବା ମାଲିକ ସଂଘର ବୈଠକ

61

ଆସିକା,୨୮/୬(ଜିଲ୍ଲାଖବର) : ମକୁନ୍ଦପୁର କାର୍ଯ୍ୟାଳୟ ଠାରେ ମା ଖମ୍ବେଶ୍ୱରୀ ହାଇୱା ମାଲିକ ସଙ୍ଘର ଏକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି l ଶ୍ରୀ ଯଯାତି କେଶରୀ ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଯୋଗାଯୋଗ ଓ ସୁଦୂର ପରିବହନ ନେଇ ଆଲୋଚନା ହୋଇଥିଲା l ଗାଡ଼ି ମାଲିକମାନେ ନିୟମ ଅନୁସାରେ ସଂଘକୁ ସହଯୋଗ ନକଲେ ସଂଘର ପଦାଧିକାରୀ ନିୟମ ଅନୁସାରେ ସେଇ ମାଲିକର ଗାଡି ଗୁଡିକ ଚଳାଚଳକୁ ବନ୍ଦ କରିଦିଆ ଯିବ l ସଙ୍ଘର ସଭ୍ୟ ବା ସଦସ୍ୟ ମାନେ ଆସନ୍ତା ୧ ତାରିଖ ସୁଦ୍ଧା ନିଜର ସମ୍ମତି ଓ ମତାମତ ରଖିବେ ଯେଉଁ ସଦସ୍ୟ ମାନେ ନିଜ ନିଜର ମତ ନରଖିବେ ସେମାନଙ୍କ ବିରୋଧରେ ସଙ୍ଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ l ଆସନ୍ତା ୨ ତାରିଖରେ ସଙ୍ଘର ସମସ୍ତ ସଦସ୍ୟ ସଙ୍ଘର କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଥିବା ମଧ୍ୟ ସଭାରେ କୁହା ଯାଇଛି l ଏହି ସାଧାରଣ ବୈଠକରେ ଦାମଦୋର ସାହୁ, ତ୍ରିଲୋକ ନାଥ, ଶିବ ରାମ ପାତ୍ର, ଅଜୟ କୁମାର ପାତ୍ର, ଅଜୟ କୁମାର ବିଶ୍ୱାଳ, ପ୍ରବୀଣ କୁମାର ସ୍ୱାଇଁ, ପ୍ରଦୀପ୍ତ ପାତ୍ର, ଅଚ୍ୟୁତାନନ୍ଦ ପ୍ରଧାନ,ବଳରାମ,ଅଶ୍ୱିନୀ କୁମାର ବିଶୋୟୀ ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l