Home ଜାତୀୟ ନାବିକମାନଙ୍କ କାର୍ଯ୍ୟଦକ୍ଷତା ପ୍ରମାଣପତ୍ରକୁ ଏକକ/ଦ୍ୱିପାକ୍ଷିକ ମାନ୍ୟତା ପାଇଁ ଅନ୍ୟ ରାଷ୍ଟ୍ର ସହ ଆଦର୍ଶ ବୁଝାମଣାକୁ କ୍ୟାବିନେଟ...

ନାବିକମାନଙ୍କ କାର୍ଯ୍ୟଦକ୍ଷତା ପ୍ରମାଣପତ୍ରକୁ ଏକକ/ଦ୍ୱିପାକ୍ଷିକ ମାନ୍ୟତା ପାଇଁ ଅନ୍ୟ ରାଷ୍ଟ୍ର ସହ ଆଦର୍ଶ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

16

ନୂଆଦିଲ୍ଲୀ; ନାବିକମାନଙ୍କର ପ୍ରଶିକ୍ଷଣ,ପ୍ରାମାଣିକରଣ ଏବଂ ପର୍ୟ୍ୟବେକ୍ଷଣ ମାନକ (ଏସଟିସିଡବ୍ଲୁ),୧୯୭୮ ଉପରେ ଆନ୍ତର୍ଜାତିକ ସମ୍ମିଳନୀର ବିନିୟମ ୧/୧୦ ଅନୁରୂପ ପ୍ରମାଣପତ୍ରର ଏକକ/ଦ୍ୱିପାକ୍ଷିକ ମାନ୍ୟତା ପାଇଁ ଆଦର୍ଶ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।ଏହି ବୁଝାମଣାରେ ଜାହାଜ ଚଳାଚଳ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଅନୁମତିରେ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ଭାରତ ସରକାର ଅନ୍ୟ ଦେଶର ସେମାନଙ୍କ ପ୍ରତିପକ୍ଷଙ୍କ ସହ ସ୍ୱାକ୍ଷର କରିବେ ।

ଲାଭ-
ଏହି ଏକକ ବୁଝାମଣା ଫଳରେ ଭାରତୀୟ ନାବିକମାନଙ୍କୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରମାଣପତ୍ରକୁ ଅନ୍ୟ ଦେଶମାନଙ୍କଠାରୁ ଏକକ ମାନ୍ୟତା ମିଳିବା ସହଜ ହେବ । ଏହାଫଳରେ ଭାରତୀୟ ନାବିକ ରୋଜଗାର ପାଇଁ ସେହି ଦେଶର ପତାକା ତଳେ ଜାହାଜ ଉପରେ ମହଜୁଦ ରହି ପାରିବେ ଏବଂ ଏହିପରି ରୋଜଗାରର ଅବସର ମଧ୍ୟ ବୃଦ୍ଧି ହେବ । ପ୍ରସ୍ତାବିତ ଦ୍ୱିପାକ୍ଷିକ ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ଭାରତ ଓ ଅନ୍ୟ ଦେଶ ଯେଉଁମାନଙ୍କ ସହ ଏହି ବୁଝାମଣା ହୋଇଛି,ଏସଟିସିଡବ୍ଲୁର ନିୟମନ ୧/୧୦ର ବ୍ୟବସ୍ଥା ଅନୁଯାୟୀ ନିଜ ନିଜ ଦେଶର ନାବିକମାନଙ୍କୁ ଜାରି ସାମୁଦ୍ରୀକ ଶିକ୍ଷା ଏବଂ ପ୍ରଶିକ୍ଷଣ,କାର୍ୟ୍ୟଦକ୍ଷତା ପ୍ରମାଣପତ୍ର,ଅନୁମୋଦନ,ପ୍ରଶିକ୍ଷଣର ଦସ୍ତାବିଜ,ମେଡିକାଲ ଫିଟନେସ ପ୍ରମାଣପତ୍ରର ମାନ୍ୟତା ପ୍ରଦାନ କରିବାରେ ସକ୍ଷମ ହେବେ ।

ଏହି ଦ୍ୱିପାକ୍ଷିକ ବୁଝାମଣା ଫଳରେ ଦୁଇ ଦେଶର ନାବିକ ମାନଙ୍କୁ ଦୁଇ ପକ୍ଷର ଯେକୌଣସି ଦେଶର ଜାହାଜ ଉପରେ ସେମାନଙ୍କ ପ୍ରମାଣପତ୍ରକୁ ମିଳିଥିବା ମାନ୍ୟତା ଆଧାରରେ ରୋଜଗାର ମିଳିପାରିବ।ସବୁଠାରୁ ଅଧିକ ପ୍ରଶିକ୍ଷିତ ନାବିକମାନଙ୍କ ସହିତ ଅନ୍ୟ ଦେଶକୁ ନାବିକ ଯୋଗାଇଦେଉଥିବା ଭାରତ ଏହି ବୁଝାମଣା ଫଳରେ ଲାଭାନ୍ଵିତ ହେବ।