ଜାଣନ୍ତୁ ଚନ୍ଦାପଣ ଦୂର କରିବାର ଉପାୟ

40

କେଶ ଝଡିବାର ଅନେକ କାରଣ ରହିଥାଏ । ଯେପରି ଡାଏଟ୍ ଏବଂ ଷ୍ଟେସ୍ । କିନ୍ତୁ କିଛି ଲୋକଙ୍କୁ ଅଧିକ ମାତ୍ରାରେ ଏହି ସମସ୍ୟାର ସାମ୍ନା କରିବାକୁ ପଡେ । ଧୀରେ ଧୀରେ ଚନ୍ଦାପଣ ଏମାନଙ୍କ ଠାରେ ଦେଖିବାକୁ ମିଳେ । ଏଥିରୁ ମୁକ୍ତି ପାଇଁ ଏଭଳି କିଛି ଜିନିଷ ବ୍ୟବହାର କରନ୍ତୁ ଯାହା ଦ୍ୱାରା କେଶ ଝଡିବା କମ୍ ହେବା ସହ ଗ୍ରୋଥ୍ ହେବା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟପ୍ସ

ମସାଜ :ସ୍କାଲ୍ପରେ ମସାଜ କରିବା ଦ୍ୱାରା ବ୍ଲଡ୍ ସରକ୍ୟୁଲେସନ୍ ବଢିଥାଏ । ଯାହା ଦ୍ୱାରା ହେୟାର ଗ୍ରୋଥ ମଧ୍ୟ ଭଲ ହୋଇଥାଏ । ତେଣୁ ଯେକୌଣସି ଭଲ ହେୟାର ଅଏଲ ନେଇ ହାଲୁକା ହାତରେ ମସାଜ କରନ୍ତୁ ।

ନଡିଆ ତେଲ ସ୍କାଲ୍ପକୁ ମଜବୁତ କରିଥାଏ । ଏଥିରେ ଫ୍ୟାଟକ୍ ଏସିଡ୍ ରହିଥାଏ, ଯାହା କେଶକୁ ସଫ୍ଟ କରିବା ସହ କେଶ ଝଡିବା ସମସ୍ୟା କମ୍ କରିଥାଏ । ସପ୍ତାହକୁ ଅତି କମ୍‌ରେ ୨ ଥର ନଡିଆ ତେଲ ମମସାଜ କରନ୍ତୁ । ଶାମ୍ପୁ କରିବା ପୂର୍ବରୁ ବା ସାରାରାତି ରଖନ୍ତୁ ।