ମକର ସଂକ୍ରାନ୍ତି – ଏକ ପୁଣ୍ୟ ତିଥି । ଆଜିଠାରୁ ସୂର୍ଯ୍ୟ ଦେବଙ୍କର ଉତ୍ତରାୟଣ ଉର୍ଦ୍ଧ୍ୱମୁଖୀ ଗତି ହେତୁ ଋତୁଶ୍ରେଷ୍ଠ ବସନ୍ତର ପ୍ରାରମ୍ଭ ହେବ ଏବଂ ଆଜିଠାରୁ ଦିନ ବଡ଼ ଓ ଉତ୍ତପ୍ତ ହେବା ଆରମ୍ଭ ହେବ ।

44

ପୌରାଣିକ ପରମ୍ପରା ଅନୁସାରେ ସଜ ଫସଲ ଅମଳ ନିମନ୍ତେ ଏହା ଅତ୍ୟନ୍ତ ଶୁଭ ଦିନ । ଚାଷୀମାନେ ଏହି ଦିନ ନିଜ ନିଜର ନୂତନ ଫସଲ ଅମଳ କରି ମକର ଚାଉଳ ନାମକ ଏକ ସ୍ୱତନ୍ତ୍ର ପ୍ରସାଦ (ନୂଆ ଚାଉଳ, କଦଳୀ, ନଡ଼ିଆ, ଗୁଡ଼, ରାଶି, ରସଗୋଲା, ଖଇ, ଛେନା ପୋଡ଼) ପ୍ରସ୍ତୁତ କରି ଦେବାଦେବୀ ଙ୍କ ନିକଟରେ ନୈବେଦ୍ୟ ଲଗାନ୍ତି ।

କିମ୍ବଦନ୍ତୀ ଅନୁଯାଇ ଏହି ପୁଣ୍ୟ ତିଥିରେ ଶ୍ରଦ୍ଧାଳୁମାନେ ପ୍ରାତଃ କାଳେ ନଦୀ ତୁଠରେ ବୁଡ଼ ପକାଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି । ଓଡ଼ିଶାର ପ୍ରମୁଖ ସୂର୍ଯ୍ୟ ମନ୍ଦିରମାନଙ୍କ ରେ ଏହି ପର୍ବ ଉତ୍ସବ ମୁଖର ହୋଇଉଠେ ତଥା ମକର ମେଳା ଅନୁଷ୍ଠିତ କରା ଯାଇଥାଏ (କୋଣାର୍କର ସୂର୍ଯ୍ୟ ମନ୍ଦିର, ଧବଳେଶ୍ୱର, ଅଟ୍ରି ଖୋର୍ଦ୍ଧାରେ ହଟକେଶ୍ୱର, ବାଲେଶ୍ୱରର ମକର ମୁନି ମନ୍ଦିର ଇତ୍ୟାଦି) ।

ପଶ୍ଚିମ ଓଡ଼ିଶାରେ ଏହି ଦିନ ବନ୍ଧୁତ୍ୱର ଏକ ଅଭୂତପୂର୍ବ ମିଳନ ଦେଖିବାକୁ ମିଳେ । ଦୁଇ ପୁରୁଷ ବନ୍ଧୁ ପରସ୍ପର ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ ହୋଇ ପରସ୍ପର ହାତରେ ମିତ୍ରତାର ସାକ୍ଷ ସ୍ୱରୂପ ଘଟସୂତ୍ର ବାନ୍ଧି ମକର ଚାଉଳ କିମ୍ବା ମହାପ୍ରସାଦ ଖୁଆଇ ଏହି ଦିନ ଠାରୁ ପରସ୍ପରର ନାମ ଧରି ଉଚ୍ଚାରଣ ନକରି ମହର୍ଷଦ ନାମେ ସମ୍ବୋଧନ କରନ୍ତି । ଠିକ୍ ସେହିପରି ଦୁଇ ମହିଳା ମିତ୍ର ପରସ୍ପରକୁ ମକର ନାମେ ସମ୍ବୋଧନ କରନ୍ତି ।

ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।