Tuesday, October 13, 2026
Home ଆଞ୍ଚଳିକ ଜିଲ୍ଳା ସ୍ତରୀୟ ରେଡକ୍ରସ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଳା ସ୍ତରୀୟ ରେଡକ୍ରସ ଶିବିର ପାଇଁ ପ୍ରସ୍ତୁତି ବୈଠକ

13

ଧରାକୋଟ ୧୩/୧ : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ମାସ ଜାନୁଆରୀ ୧୬,୧୭ ଓ ୧୮ ତାରିଖ ତିନି ଦିନ ଧରି ଜୁନିଅର ରେଡକ୍ରସ ତରଫରୁ ଜିଲ୍ଲା ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ର ପ୍ରାୟ ୬୫୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗେଦେବେ । ଏହି ଶିବିରର ସଫଳ ଆୟୋଜନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ,ଏ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ,ସମସ୍ତ ସି ଆର ସି ସି, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ଯୋଗଦେଇଥିଲେ । ଏହି ଶିବିରରେ ଜିଲ୍ଲା ସ୍ତରର ଜେ ଆର ସି ଅଧିକାରୀ ଯୋଗଦେଇ ସାଂପ୍ରତିକ ପରିସ୍ଥିତିର ଦେଶ ଓ ରାଜ୍ୟ ସମ୍ମୁଖୀନ ସମ୍ମୁଖୀନ ହେଉଥିବା ଗୃହ ଯୁଦ୍ଧ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଏହାର ସଫଳ ମୁକାବିଲା କରି ଶୃଙ୍ଖଳା ବଜାୟ ରଖିବା ପାଇଁ ତାଲିମ ପ୍ରଦାନ କରିବେ । ସେହିପରି ପରିବହନ ବିଭାଗର ଜିଲ୍ଲା ପଦାଧିକାରୀ ଯୋଗଦେଇ ରାସ୍ତା ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ତାଲିମ ପ୍ରଦାନ କରିବେ। ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ସାଇବର ଠକେଇ ,ବାଲ୍ୟ ଅପରାଧ ରୋକିବା ନେଇ ତାଲିମ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ ବିଭାଗ ତରଫରୁ ମଧୁମେହ,ରକ୍ତଚାପ ସମେତ ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କୀୟ ସଚେତନତା ପ୍ରଦାନ କରାଯିବ। ଅଗ୍ନିଶମ ବିଭାଗ ତରଫରୁ ନିଆଁ କୁ ଆୟତ,ତେଲ ଟାଙ୍କି,ଗ୍ୟାସ ସମେତ ସମସ୍ତ ଦୁର୍ଘଟଣା ଓ ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ଶିବିରାର୍ଥି ମାନଙ୍କୁ ତାଲିମ ଦିଆଯିବ । ଆସନ୍ତା ମଙ୍ଗଳ ବାର , ବୁଧ ବାର ଓ ଗୁରୁବାର ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ଶୃଙ୍ଖଳିତ ଭାବେ ଆୟୋଜିତ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା ।