ସେବାଶ୍ରମ ବିଦ୍ୟାଳୟ ରେ ଶିକ୍ଷକ ଅଭିଭାବକ ବୈଠକ

0

ଧରାକୋଟ ,14/1 : ଧରାକୋଟ ବ୍ଲକ ଅନ୍ତର୍ଗତ ବଳରାମ ପୁର ସେବାଶ୍ରମ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶରତ ବେହେରା ଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ଅଜୟ କୁମାର ଦାଶ ଛାତ୍ରଛାତ୍ରୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ତଥା ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିବା ସାଙ୍ଗକୁ ଛାତ୍ରାବାସରେ ଖାଲିଥିବା ଦୁଇଟି ସିସିଏ ପଦବୀ ପୂରଣ ସକାଶେ ଉପସ୍ଥିତ ଥିବା ପିତାମାତା ଓ ଅଭିଭାବକ ଙ୍କୁ ଚୟନ ପ୍ରକିୟା ସମ୍ବନ୍ଧରେ ବୁଝାଇଥିଲେ। ଏହାର ସମୟ ସୀମା ଚଳିତ ମାସ ପନ୍ଦର ତାରିଖ ରୁ ଜାନୁଆରୀ ଏକ ତିରିଶି ତାରିଖ ପର୍ଯ୍ୟନ୍ତ ରହିଛି । ଏଥି ମଧ୍ୟରେ ଆବେଦନ ପ୍ରକ୍ରିୟା ଚାଲୁ ରହିବ ଏବଂ ଫେବୃଆରି ମାସ ରେ ଚୟନ କରାଯାଇ ପଦବୀ ସ୍ୱକୃତି ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଜଣାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।ଆଜିର ବୈଠକରେ ପ୍ରାୟତଃ ଦୁଇଶହ ଜଣ ଅଭିଭାବକ ଉପସ୍ଥିତ ରହିଥିଲେ ।ବୈଠକ ଶେଷରେ ଉପସ୍ଥିତ ପିତାମାତା ଓ ଅଭିଭାବକ ମାନଙ୍କୁ ଶିକ୍ଷକ ଗଣେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଉମାକାନ୍ତ ବେହେରା, ଦାଶରଥି ବେହେରା, କାଳୁ ଚରଣ ଗୌଡ଼, ତରୁଣ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।