ଧରାକୋଟ ,ରାଜସ୍ୱ ମେଳାରେ ୪୯୫ ଜଣଙ୍କୁ ପଟ୍ଟା ବଣ୍ଟନ

1

ଧରାକୋଟ,୧୪/୦୧ : ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ତରଫରୁ ରାଜସ୍ଵ ସେବାକୁ ସରଳୀକରଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଶାସନ ଓ ସାଧାରଣ ଜନତା ଙ୍କ ମଧ୍ୟରେ ଦୂରତା କମାଇବା ସହ ରାଜସ୍ବ ସେବାକୁ ଲୋକଙ୍କ ହାତ ପାଆନ୍ତା ରେ ପହଞ୍ଚାଇବା ପାଇଁ ଧରାକୋଟ ତହସିଲ କାର୍ୟ୍ୟାଳୟ ତରଫରୁ ଆଜି ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବରେ ଆସିକା ଏମ ପି ପ୍ରମିଳା ବିଷୋୟୀ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଥାନା ଅଧିକାରୀ ସୁଭଲକ୍ଷ୍ମୀ କହଁର ଏବଂ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭାରମ୍ଭ କରିଥିଲେ । ବାଲ୍ମିକୀସ୍ୱର ଅନାଥ ଆଶ୍ରମ ଅନ୍ତେବାସୀ ଙ୍କ ଦ୍ଵାରା ସ୍ବାଗତ ଓ ଧନ୍ୟବାଦ ସଙ୍ଗୀତ ପରିବେଷଣ କରାଯାଇଥିଲା। ସୁପରଭାଇଯର ସୁଗ୍ୟାନୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧିକାରୀ କାଳନ୍ଦି ପାତ୍ର ମଞ୍ଚ ପରିଚାଳନା ସହ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ତହସିଲ ଅଧିନସ୍ଥ ସାତ ଗୋଟି ରାଜସ୍ବ ସର୍କଲ ର ୪୯୫ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଉପସ୍ଥିତ ଅତିଥି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସହ ତହସିଲ ଅଧିନରେ ହେଉଥିବା ସମସ୍ତ ସେବା ଓ ସୁବିଧା ସୁଯୋଗ କୁ ହାତକୁ ନେବାପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ବତ୍କୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଛଅ ଜଣ ଙ୍କୁ ପୁରସ୍କୃତ କରକାଇଥିଲ । ଏଥିରେ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।