Wednesday, October 14, 2026
Home ଜାତୀୟ ବଡଦିନ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ବଡଦିନ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

28

ନୂଆଦିଲ୍ଲୀ, ୨୫/୧୨ ; ବଡଦିନ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଖୁସିର ପର୍ବ ବଡଦିନ ଅବସରରେ ମୁଁ ଭାରତ ଏବଂ ବିଦେଶରେ ବସବାସ କରୁଥିବା ସମସ୍ତଙ୍କୁ, ବିଶେଷକରି ଖ୍ରୀଷ୍ଟଧର୍ମୀ ଭାଇ ଓ ଭଉଣୀମାନଙ୍କୁ ଶୁଭକାମନା ଜଣାଉଛି । ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ କରୁଛୁ ଯାହାଙ୍କ ଜୀବନ ମାନବ ସମାଜ ପ୍ରତି ପ୍ରେରଣାର ସ୍ରୋତ ହୋଇ ରହିଛି, ଯାହାଙ୍କ ଜୀବନ ଆମକୁ ପ୍ରେମ, କରୁଣା ଏବଂ ଭାତୃତ୍ଵର ବାର୍ତ୍ତା ପ୍ରଦାନ କରୁଛି । ଆଜି ଯେତେବେଳେ ବିଶ୍ଵ ସଂଘର୍ଷ, ଘୃଣା ଏବଂ ହିଂସାର ଯନ୍ତ୍ରଣାରେ ଭରି ରହିଛି ସେତେବେଳେ ତାଙ୍କ ବାଣୀ ଓ କର୍ମ ଘୃଣା ଭାବକୁ ଲାଘବ କରିବା ଲାଗି ପ୍ରେରଣା ଯୋଗାଏ । ଆସନ୍ତୁ ଆମେ ସମସ୍ତେ ତାଙ୍କ ପ୍ରଦର୍ଶିତ ପଥରେ ଚାଲିବା ସହିତ ଅଧିକ ଦୟାଳୁ ଓ ସୁସ୍ଥ ସମାଜ ଗଠନ କରିବା ।