ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଏବଂ ଆବଦ୍ଧ ପୂଜା ପ୍ରସଙ୍ଗ; ଆଜି ହୋଇପାରେ ନିଷ୍ପତ୍ତି

11

କଟକ, ୦୮/୦୯/୨୧ (ଜିଲ୍ଲା ଖବର) : ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଏବଂ ଆବଦ୍ଧ ପୂଜା ପ୍ରସଙ୍ଗରେ ମୁଣ୍ଡ ନୁଆଁଇଲେ ସରକାର । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି ।  ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ ବୈଠକ ପାଇଁ ଡାକରା ଦିଆଯାଇଥିବା ସୂଚନା ମିଳିଛି । ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ଲାଗି ବିବାଦ ରହିଛି।

ପୂର୍ବରୁ ରାଜ୍ୟ ସରକାର ପୂଜା ପାଇଁ ମୂର୍ତ୍ତି ଉଚ୍ଚତା 4 ଫୁଟ ଏବଂ ଆବଦ୍ଧ ପୂଜା ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ । ଯାହାକୁ ନେଇ ପୂଜା କମିଟି ଶାନ୍ତି କମିଟି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଏହାକୁ ବିରୋଧ କରି ଥିଲେ ତା ସହ ରାଜ ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଆଜିର ଆଲୋଚନା ପରେ କଣ ନିଷ୍ପତ୍ତି ନେଉଛନ୍ତି ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି ।