କଟକରୁ ଦୁଇ କେଜିରୁ ଅଧିକ ସୁନା ଜବତ

6

କଟକ, ୧୫/୦୭/୨୧ (ଜିଲ୍ଲା ଖବର) : କଟକରେ ବେଆଇନ ସୁନା କାରବାରର ପର୍ଦ୍ଦାଫାଶ । ୨ କେଜିରୁ ଅଧିକ ସୁନା ଜବତ ହୋଇଥିବା ଜଣାପଡିଛି । କଟକ କମିଶନରେଟ ପୋଲିସ ୨କେଜି ୨୯ ଗ୍ରାମ ସୁନା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । 

ଅମୃତସରରୁ ସୁନା ଅଳଙ୍କାର ଆଣି କଟକରେ ବିକ୍ରି କରୁଥିଲେ । Gst ଫାଙ୍କି ସୁନା ବ୍ୟବସାୟ କରୁଥିଲେ । ବିନା କାଗଜପତ୍ରରେ କଟକରେ ସୁନା ବ୍ୟବସାୟ କରୁଥିଲେ । କଟକର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମ୍ପୂର୍ଣ୍ଣ ଘଟଣାକୁ ଏବେ ଅନୁଧ୍ୟାନ କରୁଛି GST ବିଭାଗ ।