
କଟକ,୦୪/୦୬/୨୧ (ଜିଲ୍ଲା ଖବର) : ୟଶ୍ ବାତ୍ୟା କ୍ଷୟକ୍ଷତି ରିପୋର୍ଟରେ ଅନିୟମିତତା ଅଭିଯୋଗ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା କ୍ଷୟକ୍ଷତି ରିପୋର୍ଟରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ । କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଏଭଳି ଅଭିଯୋଗ ଆଣିଛନ୍ତି ।
ବାତ୍ୟା ଯୋଗୁଁ ଜିଲ୍ଲାରେ 11 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟରେ ଅନିୟମିତତା ହୋଇଥିବା ସେ କହିଛନ୍ତି । ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଟାଙ୍ଗୀ- ଚୌଦ୍ବାର, କଟକ ସଦର ଓ ମହାନଗର ନିଗମ ଅଞ୍ଚଳରେ 100 ମିମିରୁ କମ୍ ବର୍ଷା ହୋଇଥିବା ବେଳେ ପବନର ବେଗ 60 ରୁ 80 କିମି ବେଗ ମଧ୍ୟରେ ଥିଲା । ଯଦି ଏହି ସବୁ ଅଞ୍ଚଳରେ ରାସ୍ତା, ବିଜୁଳି ଖୁଣ୍ଟ, ବ୍ରିଜ, କଲଭର୍ଟ ଓ ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଛି ତା ହେଲେ କାହିଁକି କଚା ଘର, ଗୋଶାଳା ଆଦି ନଷ୍ଟ ହେଲା ନାହିଁ ।
ଏଥିରୁ ସ୍ପଷ୍ଟ ଟଙ୍କା ହଡ଼ପ କରିବା ପାଇଁ ବିଭିନ୍ନ ବ୍ଲକ ଓ ସିଏମସି ଅଧିକାରୀ ମନଗଢ଼ା ରିପୋର୍ଟ୍ ତିଆରି କରିଛନ୍ତି । ଏହାର ତୁରନ୍ତ ତୃଣମୂଳ ସ୍ତରରୁ ତଦନ୍ତ କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଚିଠି ଲେଖିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ।



