Home ଅପରାଧ ପଥରା ଗ୍ରାମରେ ଯୁବକକୁ ଲୁହାଛଡରେ ପିଟି ପିଟି ହତ୍ୟା

ପଥରା ଗ୍ରାମରେ ଯୁବକକୁ ଲୁହାଛଡରେ ପିଟି ପିଟି ହତ୍ୟା

12
Image for representational purpose only


ଆସିକା,୧/୧୦(ଖିରୋଦ ବେହେରା) : ଆସିକା ଥାନା ଅନ୍ତର୍ଗତ ଆଲିପୁର ପଚାଂୟତ ଅଧିନ ପଥରା ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକକୁ ଲୁହାଛଡରେ ପିଟି ପିଟି ହତ୍ୟା କରାଯାଇଛି । ଏହି ଘଟଣା ବିରୁଦ୍ଧରେ ମୃତ କପିଳ ବେହାରଙ୍କ ସ୍ତ୍ରୀ ରାଜେଶ୍ୱରୀ ବେହେରା ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଗତ ୧୬ ତାରିଖ ରାତ୍ର ୮ଟା ବେଳେ ଆସିକାରୁ କପିଳ ବେହେରା ଫେରୁଥିବା ବେଳେ ପଥର ଗ୍ରାମ ଛକରେ ସେହି ଗ୍ରାମର ଋଷି ବେହେରା, ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ଗ୍ରାମର ବଳିଆ ବେହେରା ଦୁହେଁ ମିଶି ଏକ ଶକ୍ତ ଲୁହାଛଡରେ କପିଳ ବେହେରାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଆହତ କପିଳ ମୁଣ୍ଡ ଦେହ ମାଡ ହୋଇ ପ୍ରଚୁର ରକ୍ତସ୍ରାବ ସହ ବେହୋସ ହୋଇ ପଡିଯାଇଥିଲେ । ପରିବାର ଲୋକ ଆସିକା ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ କପିଳକୁ ଆଣିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବ୍ରହ୍ମପୁର ବଡ ମେଡିକାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଅର୍ଥାତ ୧୭.୧୦.୨୦୧୯ ରେ ରାତ୍ର ପ୍ରାୟ ୯.୨୦ ମିନିଟ ସମୟରେ ମୃତବରଣ କରିଥିଲେ । ଏହି ହତ୍ୟା ଘଟଣା ବିରୁଦ୍ଧରେ ଆସିକା ଥାନା ପକ୍ଷରୁ ଥାନା କେସ ନମ୍ବର- ୩୮୪/୧୯, ଦଫା ୩୦୨,୩୪ ଆଇପିସି ମାମଲା ରୁଜୁ ହୋଇ ବ୍ରହ୍ମପୁର ବଡ ମେଡିକାଲ ଠାରେ ଶବ ବ୍ୟବଚ୍ଚେଦ ହୋଇ ମୃତ କପିଳକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହି ହତ୍ୟା ଘଟଣା ମଦ ପିଇବାକୁ କେନ୍ଦ୍ର କରି ହୋଇଥିବା ବେଳେ ପଥରା, କୋଟିବାଡି, ଆଲିପୁର, କରାତଳି ଅଚଂଲରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।