
କଟକ, ୧୭/୦୫/୨୧ (ଜିଲ୍ଲା ଖବର) : କଟକ ଏସସିବି କୋଭିଡ୍ ହସ୍ପିଟାଲ ଆଗରେ ଉତ୍ତେଜନା । ହସ୍ପିଟାଲ ବାହାରେ ରୋଗୀଙ୍କ ସଂପର୍କୀୟମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି । କୋଭିଡ ଓ୍ବାର୍ଡ ଭିତରକୁ ରୋଗୀଙ୍କ ସଂପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ଯାହାକୁ ବିରୋଧ କରି ସଂପର୍କୀୟମାନେ ଧାରଣା ଦେଇଛନ୍ତି । ସଂପର୍କୀୟଙ୍କ ଅଭିଯୋଗ ଯେ, ପୂର୍ବରୁ ୱାର୍ଡ ଭିତରକୁ ଯିବାକୁ ଅନୁମତି ମିଳୁଥିଲା । ହେଲେ ଆଜି ହଠାତ ବନ୍ଦ କରିଦିଆଯାଇଛି । ଆଗରୁ ନଜଣାଇ ପ୍ରବେଶ ବନ୍ଦ କରିଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଖବର ପାଇ ମଙ୍ଗଳାବାଗ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରୁଛି ।



