
ନୂଆଦିଲ୍ଲୀ,୨୩/୦୩/୨୧ (ଜିଲ୍ଲା ଖବର) : ବଲିଉଡ କୁଇନ୍ କଙ୍ଗନା ରାଣାୱତଙ୍କ ଆଜି ଜନ୍ମଦିନ । ସେ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହିଁ ,ତାଙ୍କୁ ମିଳିଛି ଏକ ବହୁତ୍ ବଡ ଉପହାର । ହଁ, କଙ୍ଗନାଙ୍କ ଅଭିନୀତ ଫିଲ୍ମ’ମଣିକର୍ଣ୍ଣକା’ ଏବଂ ‘ପଙ୍ଗା’ ପାଇଁ ତାଙ୍କୁ ରାଷ୍ଟ୍ରିୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି । ସେ ତାଙ୍କର ପ୍ରତିଭା ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
କଙ୍ଗନା୨୩ ମାର୍ଚ୍ଚ ୧୯୮୭ ମସିହାରେ ହିମାଞ୍ଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ସୁରଜପୁରରେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । କଙ୍ଗନା ଓ ତାଙ୍କ ପିତା-ମାତାଙ୍କ ସମେତ, ତାଙ୍କର ଆଉ ଜଣେ ଭାଇ ଏବଂ ଜଣେ ଭଉଣୀ ମଧ୍ୟ ଅଛନ୍ତି । ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଥରେ କଙ୍ଗନା କହିଥିଲେ ଯେ, ତାଙ୍କ ପିତା ତାଙ୍କୁ ଡକ୍ଟର କରିବାକୁ ଚାହୁଁଥିଲେ । ହେଲେ ସେ ଅଭିନେତ୍ରୀ ହେବାର ଇଚ୍ଛା ରଖିଥିଲେ ।
କଙ୍ଗନା ତାଙ୍କ ପିତା-ମାତାଙ୍କ ସହ ଲଢେଇ କରି ମୁମ୍ବାଇ ଆସିଥିଲେ ଏବଂ ସେ ଅଭିନେତ୍ରୀ ହେବାର ଯାତ୍ରା ଆରମ୍ଭ କରିଥିଲେ । ସେ ଫିଲ୍ମ’ଗ୍ୟାଙ୍ଗଷ୍ଟାର’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ହିଟ ମଧ୍ୟ ହୋଇଥିଲା । କେବଳ ଏତିକି ନୁହେଁ , ଏହା ସହିତ କଙ୍ଗନାଙ୍କୁ ଫିଲ୍ମଫେୟାରର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
ଏହାପରଠାରୁ ତାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଏହାପରେ ସେ ଅନେକ୍ ହିଟ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକ।ମନା ।






