Sunday, November 15, 2026
Home ମନୋରଞ୍ଜନ ବିଗ୍‌ବସ୍ ପରେପରେ Khatron ke khiladiରେ ନଜର ଆସି ପାରନ୍ତି ରାହୁଲ ବୈଦ୍ୟ

ବିଗ୍‌ବସ୍ ପରେପରେ Khatron ke khiladiରେ ନଜର ଆସି ପାରନ୍ତି ରାହୁଲ ବୈଦ୍ୟ

49

ନୂଆଦିଲ୍ଲୀ,୨୦/୦୩/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍ ମାଧ୍ୟମରେ ବେଶ ସଫଳତା ହାସଲ କରିଥିବା ସିଙ୍ଗର ରାହୁଲ ବୈଦ୍ୟଙ୍କୁ ନେଇ ଏକ ତାଜା ଖବର ଶୁଣିବାକୁ ମିଳୁଛି । କୁହାଯାଉଛି ଯେ, ଭାଇଜାନ୍ ସଲମାନ୍ ଖାନ୍‌ଙ୍କ ଶୋ’ ବିଗ୍‌ବସ୍ ପରେ ପରେ ଏବେ ରାହୁଲ ବୈଦ୍ୟ , ରୋହିତ୍ ଶେଟ୍ଟୀଙ୍କ ଶୋ’ Khatron ke khiladiରେ ନଜର ଆସି ପାରନ୍ତି । ମେକର୍ସଙ୍କ ତରଫରୁ ତାଙ୍କୁ ଆପ୍ରୋଚ ମଧ୍ୟ କରାଯାଇଛି । ଏବେ ରାହୁଲ ହଁ କି ନାଁ ରେ ଜବାବ୍ ଦେଇଛନ୍ତି,  ଏହା ଜାଣିବା ପାଇଁ ସମେସ୍ତ ଅପେକ୍ଷା କରିଛନ୍ତି । ଖତ୍ରୋଁକି ଖିଲାଡିର ନୂଆ ସିଜିନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ବିଗତ ସିଜିନ୍ ତ ଏକଦମ୍ ସୁପରହିଟ ରହିଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରତିଥର ଭଳି  ଏଥର ମଧ୍ୟ , ଏହି ଶୋ’ର ହୋଷ୍ଟ କରିବାର ଦାୟିତ୍ୱ ରୋହିତ୍ ଶେଟ୍ଟୀଙ୍କ କାନ୍ଧରେ ରହିଛି । ଏଥର ସେ ଏଥିରେ କ’ଣ ନୂଆ ଏବଂ ଡେୟାରିଙ୍ଗ ନେଇ ଆସିବେ ତାହା ଦେଖିବାକୁ ବାକି ରହିଲା ।