Home ଆଞ୍ଚଳିକ ଅଜା ମୋଡ଼ିଲେ କାନ

ଅଜା ମୋଡ଼ିଲେ କାନ

20
ସନ୍ତୋଷ କୁମାର ପାଣି ,ସେବନିବୃତ,ପ୍ରଧାନଶିକ୍ଷକ,ଆସ୍କା
କଲେଜ ଛକ,ଗଞ୍ଜାମ


ଅଜା କରୁଥାନ୍ତି ନିତି ବଜାର
ଚାଲିବାକୁ ବାଟ ହେଲେ ବିଯାର
ଭାବିଲେ କିଣିବି ଶୁନ ଗାଡ଼ି
ଗାଡ଼ି ଚଢ଼ି ଯିବି ବଜାର କରି
ଲାଗିବନି ଜମା ଥକା
ମନରେ ନ ଥିବ ଦକା
ନାତିଆ ଟୋକା ଟି ଗାଡ଼ି ଚଢ଼ା
ଶିଖାଇ ଦେବ ମୋତେ ଏକା
ନାତିଆ ଡାକିଲେ ଧୀରେ
ଗାଡ଼ି ଚଢ଼ା ଟିକେ ଶିଖାଇ ଦେରେ
ନାତି ମନେ ଦେଲା ମୁରୁକି ହସା
ଭାବିଲା ବୁଢ଼ାର ଅଜବ ନିଶା
ନାତି ଟୋକା ତାର ଆଣିଲା ଗାଡ଼ି
ଅଜା ଛିଡ଼ା ହେଲେ ଗାମୁଛା ଭିଡ଼ି
ବସିଲେ ସୀଟ ରେ ହେଣ୍ଡଲ ଭିଡ଼ି
ଦାବିଲେ ପେଡାଲ୍ ପାଟି କାମୁଡି
ଏ ପଟ ସେପଟ ହୁଅଇ ଅଣ୍ଟା
ସଳଖ ନ ରହେ ହେଣ୍ଡଲ୍ ମୁଠା
ନାତି କହେ ପଛେ ଅଛି ମୁଁ ଧରି
ଆଗ କୁ ଚଳାଅ ଜମା ନ ଡରି
ହାତ ଛାଡ଼ି ନାତି ଦେଲା ଗଡ଼ାଇ
ଗଡାଣି ଉପରୁ ଆଡେଇ ହୋଇ
ଗାଡ଼ି ଗଡୁ ଥିଲା ନ ପାଇ ବାଧା
ଅଜାଙ୍କୁ ଅଜଣା ବୁହା କାଇଦା
ମନରେ ଲାଗିଲା ଆଶଙ୍କା ତାଙ୍କ
ପିଟି ହେବ ଗାଡ଼ି ଢ଼ଳୀବ ଡଙ୍କ
ଭୟେ କଲେ ପାଟି ମୋତେ ଧର
ନାତି କହେ ଅଜା ବ୍ରେକ୍ ମାର
ପେଡଲ୍ କୁ ଜମା ନ ଦେଇ ଛୁଟି
କାହିଁ ବ୍ରେକ ବୋଲି କରନ୍ତି ପାଟି
ଘଡ ଘାଡ ହୋଇ ପଡ଼ିଲା ଗାଡ଼ି
ପଡିଗଲେ ତଳେ ମୁହଁ କୁ ମାଡି
ଅଜା ପାଖେ ଲୋକ ହେଲେ ଗହଳ
ଅଜାଙ୍କୁ ଦେଖିଲେ ଲାଗେ ବିକଳ
ବସା ଦାନ୍ତ ତକ ଯାଇଛି ଝଡ଼ି
ଆଣ୍ଠୁ ଗଣ୍ଠି ନାକ ଫାଟିଛି ଥୋଡ଼ି
ମୁଣ୍ଡ ଫାଟି ବୋହେ ରକତ ଧାର
ଗାଡ଼ି ଶିଖି ଅଜା ହେଲେ ହର ବର୍
କାନ ମୋଡ଼ି ଅଜା କଲେ ଶପଥ
ସାଇକେଲେ ଜମା ଦେବିନି ହାତ
ଯାହା ନ ହୋଇଛି ବାଳୁତ କାଳେ
ହୋଇବ କି ତାହା ଅଶିଏ ପରେ |