
ନୂଆଦିଲ୍ଳୀ,୨୦/୦୩/୨୧ (ଜିଲ୍ଲା ଖବର) : ବଲିଉଡ ସୁନ୍ଦରୀ ସାରା ଅଲ୍ଲୀ ଖାନ୍ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଚର୍ଚ୍ଚାରେ ରହିବାର କାରଣବି କିଛି ନିଆରା ରହିଛି । ସେ ଫ୍ୟାନ୍ସମାନଙ୍କୁ ତାଙ୍କ ବିବାହକୁ ନେଇ ପଚାରିଥିବା ଏକ କଥାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।
ପ୍ରାୟତଃ ସମସ୍ତେ ଜାଣିଥିବେ ଏବଂ ଦେଖିଥିବେ ମଧ୍ୟ , ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଆଜିକାଲି ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଛନ୍ତି । ଆକ୍ଟିଭ୍ ରହିବା ସହିତ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହିତ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ପୁଣି ଥରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି କିଛି ,ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଖାଲି ଏତିକି ନୁହେଁ, ଏହା ସହିତ ସେ ଫ୍ୟାନ୍ସମାନଙ୍କୁ ପଚାରିଛନ୍ତି ଯେ, ‘ବିବାହ ପାଇଁ କିଛି ପ୍ରସ୍ତାବ ଅଛି କି ‘? । ବାସ୍ , ଏହାପରେ ଫ୍ୟାନ୍ସମାନେ ଜବରଦସ୍ତ ରିଆକ୍ସନ୍ ଦେବାରେ ଲାଗିଛନ୍ତି ତାଙ୍କର ଏହି ଫଟୋରେ ।
ଏଥିରେ ସାରା ଏକ ଅଲଗା ଅନ୍ଦାଜରେ ନଜର ଆସୁଛନ୍ତି । ଏକଦମ୍ ରାଜକୁମରୀ ଭଳି ଦେଖା ଯାଉଛନ୍ତି ସେ । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ଶାନ୍ତ,ସରଳ,ସଂସ୍କାରୀ ଝିଅ ପାଇଁ କୌଣସି ବିବାହ ପ୍ରସ୍ତାବ ଅଛିକି ‘ ? ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।






