Sunday, November 15, 2026
Home ମନୋରଞ୍ଜନ ଜନ୍ମଦିନର ଶୁଭେଚ୍ଛା ! ଅଲ୍‌କା ୟାଗ୍ନିକ୍

ଜନ୍ମଦିନର ଶୁଭେଚ୍ଛା ! ଅଲ୍‌କା ୟାଗ୍ନିକ୍

46

ନୂଆଦିଲ୍ଲୀ, ୨୦/୦୩/୨୧ (ଜିଲ୍ଲା ଖବର) : ଯାହାଙ୍କ ଗାୟିକିରେ ମଧୁରତା ଭରି ରହିଥାଏ । ଯାହାଙ୍କ ଗାୟିକିକୁ ଶ୍ରୋତା ମାନେ ମନ ଭରି ଉପଭୋଗ କରନ୍ତି । ଯିଏ ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କୁ ଦିୱାନା କରନ୍ତି । ଆଜ୍ଞା ହଁ , ସେ  ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଲୋକପ୍ରିୟ ଗାୟିକା  ଅଲ୍‌କା ୟାଗ୍ନିକ୍ । ଆଜି ହେଉଛି ତାଙ୍କର ଜନ୍ମଦିନ । କଲିକତାର ଏକ ମଧ୍ୟବିତ ପରିବାର  ସେ ଜନ୍ମ ହୋଇଥିଲେ । ସେ ତାଙ୍କ ମା’ଙ୍କ ଠାରୁ ପ୍ରଥମେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ତାଙ୍କ ଘରେ ସଂଗୀତର ମାହୋଲ ରହିଥିବାରୁ , ତାଙ୍କର ମଧ୍ୟ ସଂଗୀତ ପ୍ରତି ରୁଚି ବଢିଥିଲା । ୬ ବର୍ଷ ବସୟର ସେ କାମ କରିବା ଆରମ୍ଭ କରିଥିଲେ । ସେ ଆକାଶବାଣୀ କଲିକତାରେ ଗାଇବା ଆରମ୍ଭ କରିଥିଲେ ।

୧୦ ବର୍ଷ ବୟସରେ ଅଲ୍‌କା ତାଙ୍କ ମା’ଙ୍କ ସହିତ ମୁମ୍ବାଇ ଆସିଥିଲେ ଏବଂ ଫିଲ୍ମମେକର୍ସ ରାଜ୍ କପୁରଙ୍କୁ ଭେଟିଥିଲେ । ରାଜ୍ କପୁରଙ୍କୁ ଅଲ୍‌କାଙ୍କ ସ୍ୱର ବହୁତ୍ ପସନ୍ଦ ଆସିଥିଲା । ସେ ତାଙ୍କୁ ଲକ୍ଷ୍ମୀକାନ୍ତ  -ପ୍ୟାରେଲାଲ୍‌ଙ୍କ  ସହ ଦେଖା କରାଇଥିଲେ । ୧୪ ବର୍ଷ ବୟସରେ ସେ ଫିଲ୍ମ’ପାୟଲ୍ କି ଝଙ୍କାର୍‌’ରେ ଗୀତ ଗାଇଥିଲେ ।

ଏହାପରେ ୧୯୮୧ରେ ସେ ଫିଲ୍ମ’ଲାୱାରିସ୍‌’ରେ ‘ମେରେ ଅଙ୍ଗ୍‌ନେ ମେଁ ତୁମହାରା କ୍ୟା କାମ୍ ହେ’ ଗୀତ ଗାଇଥିଲେ । ଏହାପରେ ମଧ୍ୟ ତାଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡିଥିଲା ।  କିନ୍ତୁ ଏହାପରେ ସେ ଆଉ ଆଉ କେବେ ପଛକୁ ଫେରି ନାହାଁନ୍ତି । କଠିନ ପରିଶ୍ରମ କରି ଗୋଟେ ପରେ ଗୋଟେ ଗୀତ ଗାଇ ଚାଲିଛନ୍ତି । ସେ ଆଜି ତାଙ୍କ ପରିଶ୍ରମ ଫଳ ମଧ୍ୟ ପାଇଛନ୍ତି । ଆଜି ସେ ଅନେକ୍ ସଫଳତା ,ଲୋକପ୍ରିୟତା ପାଇ ପାରିଛନ୍ତି । ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି କହିଲେ , କିଛି ଭୂଲ ହେବ ନାହିଁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।