
୨୦/୦୩/୨୧ (ଜିଲ୍ଲା ଖବର) : ଆବଶ୍ୟକ ସାମଗ୍ରୀ – କଂଚା ଆମ୍ବ, ଚିନି, ବରଫ, ଗୁଜୁରାତି ପାଉଡର, ଭଜା ଜିରା ଗୁଣ୍ଡ, ପୁଦିନା ପତ୍ର, କଳା ଲୁଣ, ଗୋଲମରିଚ, ଅଦା, ପାନମଧୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପାନମଧୁରୀକୁ ପାଣିରେ ଭିଜାଇ ୧ ଘଂଟା ରଖିବେ । ଏହାପରେ ଆମ୍ବର ଚୋପା ଛଡେଇ ଛୋଟଛୋଟ କରି କାଟିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ସେଥିରେ ପାଣି , କଟା ଆମ୍ବ, ଗୋଲମରିଚ, କଟା ଅଦା ପକାଇ ଆମ୍ବକୁ ସିଝାଇବେ । ଦେଖିବେ ଆମ୍ବ ସିଝିଯିବା ପରେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଏହା ଥଣ୍ଡା ହେବା ପରେ ଏହି ମିଶ୍ରଣକୁ ନେଇ ସେଥିରେ ଚିନି, ଭିଜା ହୋଇଥିବା ପାନମଧୁରୀ ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଏହି ମିଶ୍ରଣକୁ ଏକ ପାତ୍ରରେ ଛଣା ସାହାଯ୍ୟରେ ଛାଣିବେ । ଏହାପରେ ସେଥିରେ ପୁଣି ଆବଶ୍ୟକ ଅନୁଯାୟୀ ପାଣି ମିଶାଇବେ । ଏହାପରେ ସେଥିରେ ପୁଦିନା ପତ୍ରକୁ ଛୋଟଛୋଟ କାଟି ସେଥିରେ ମିଶାଇବେ । ଏହାପରେ ସେଥିରେ କଳା ଲୁଣ , ଗୁଜୁରାତି ପାଉଡର, ଭଜା ଜିରା ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ କାଚ ଗ୍ଲାସ୍ ନେଇ ସେଥିରେ ଏହି ମିଶ୍ରଣକୁ ଢାଳିବେ । ଏହାପରେ ସେଥିରେ ବରଫ ପକାଇବେ । ପ୍ରସ୍ତୁତ ହୋଇଗଲା ଆମ୍ବ ପଣା । ଏବେ ଏହାର ମଜା ନେଇ ପାରିବେ ।




