ଖୋର୍ଦ୍ଧା,୧୦/୧୨(ସଞ୍ଜୀବ କୁମାର):ଦ୍ୱତୀୟ ବିଶ୍ୱଯୁଦ୍ଧର ବ୍ୟାପକ ଧ୍ବଂସଲୀଳା ଓ କ୍ଷୟକ୍ଷତି ପରେ ବିଶ୍ଵର ବହୁ ଦେଶ ସ୍ଥାୟା ଶାନ୍ତି ପ୍ରତିଷ୍ଠା ଓ ମାନବା ଅଧିକାର ସୁରକ୍ଷା କଥା ଚିନ୍ତା କରି ୧୯୪୫ ମସିହା ଅକ୍ଟୋବର ୨୪, ତାରିଖରେ ମିଳିତ ଜାତିସଂଘ ଗଠନ କଲେ । ଏହି ସଂଗଠନ ଦେଶ ଦେଶ ମଧ୍ୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ସହ ବିଶ୍ୱରେ ମାନବାଧୂକାର ପ୍ରତିଷ୍ଠା କରିବା ପାଇଁ ଅଗ୍ରଣୀ ଭୂମିକା ନେଲା । ଫଳସ୍ଵରୂପ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦ ୩ ଗୋଟି ଧାରା ସମ୍ବଳିତ ଏକ ମାନବାଧିକାର କଲେ ଯାହାକୁ ସାର୍ବଜନୀନ ମାନବାଧିକାର ଘୋଷଣାନାମା କୁହାଗଲା ।
ଏହି ଦିନଟିକୁ ସାରା ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରି ଆସୁଛି.ପ୍ରତ୍ୟେକ ଦେଶ ମଧ୍ୟ ଅନୁରୂପ ଆଇନ ପ୍ରଣୟନ କରି ଦେଶରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଭାରତ ୧୯୯୩ ମସିହାରେ ସଂସଦରେ ମାନବିକ ସୁରକ୍ଷା ଆଇନ ଗୃହୀତ କରି ଜାତୀୟ ମାନବାଧିକାର ଆୟୋଗ ଗଠନ କରିଥିଲା । ସେବେଠୁ ଦେଶରେ ଘଟୁଥିବା ବିଭିନ୍ନ ମାନବାଧିକାର ଉଲ୍ଲଙ୍ଘନ ମାମଲାକୁ ଅପରାଧ ଭାବେ ବିବେଚନା କରି ଦଣ୍ଡବିଧାନ କରିଥାଏ ।”ଜନ୍ମରୁ ଏକ ଶିଶୁ ତା’ର ମାନବିକ ଅଧିକାର ନେଇ ଜନ୍ମ ହୋଇଥାଏ ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଷ୍ଟ୍ର ତାକୁ ସମ୍ମାନର ସହ ବଞ୍ଚିବା ପାଇଁ ବିଭିନ୍ନ ଅଧିକାର ପ୍ରଦାନ କରିଥାଏ । ଯାହାକୁ ଆମେ ସାମ୍ବିଧାନିକ ଅଧିକାର ବୋଲି କହିଥାଉ । ମାନବିକ ଅଧିକାର କହିଲେ ଜଣେ ବ୍ୟକ୍ତି । ସମ୍ମାନର ସହ ବଞ୍ଚିବା ପାଇଁ ଯେଉଁ ମୌଳିକ ଆବଶ୍ୟକତା ଲୋଡ଼ିଥାଏ । ଯଦି କେହି ଅନ୍ୟର ଅଧିକାର ଉପରେ ବଳପ୍ରୟୋଗ କରେ ବା ବେଆଇନ୍ ଭାବେ ତାକୁ ସେଥିରୁ ବଞ୍ଚିତ କରେ ତାକୁ ଆମେ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ବିବେଚନା କରିଥାଉ । ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ତା’ର ସାମ୍ବିଧାନିକ ପ୍ରଦତ୍ତ ଅଧିକାର କିପରି ଉପଭୋଗ କରିପାରିବ ତାହାର ବ୍ୟବସ୍ଥା ଅଛି.।
ଯଦି କେହି ଏହାର ଉଲ୍ଲଙ୍ଘନ କରେ ଦେଶରେ ଥିବା ବିଭିନ୍ନ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡିତ ହେବ|ଅର୍ଥାତ୍ ଯେଉଁମାନେ କୋଭିଡ଼ ଭଳି ମାରାତ୍ମକ ରୋଗର ଶିକାର ହୋଇ ସୁସ୍ଥ ହୋଇଛନ୍ତି ସେମାନେ ଜଣେ ଜଣେ କରୋନା ଯୋଦ୍ଧା ଅଟନ୍ତି । ସେମାନଙ୍କର ମାନବା ଅଧିକାର ସୁରକ୍ଷା ପାଇଁ ଆମେ ଠିଆ ହେବା ଉଚିତ । ମାନବିକ ଅଧିକାରର ସୁରକ୍ଷା କେବଳ ଦିବସ ପାଳନ ଓ ସ୍ଲୋଗାନରେ ସୀମିତ ନରଖ୍ ସମାଜର ଅନ୍ତିମ ବ୍ୟକ୍ତିକୁ ତାର ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇପାରିଲେ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ |



