Home ଜିଲ୍ଲା ଖୋର୍ଦ୍ଧା ପରିଣତ ବୟସରେ ବୃଦ୍ଧ ଦମ୍ପତିଙ୍କ ସହାୟ ପାଲଟିଛି ମନ୍ଦିରବେଢା ଓ ରେଳଷ୍ଟେସନ, ସହଯୋଗ କରିବାକୁ ସରକାରଙ୍କୁ...

ପରିଣତ ବୟସରେ ବୃଦ୍ଧ ଦମ୍ପତିଙ୍କ ସହାୟ ପାଲଟିଛି ମନ୍ଦିରବେଢା ଓ ରେଳଷ୍ଟେସନ, ସହଯୋଗ କରିବାକୁ ସରକାରଙ୍କୁ ଗୁହାରୀ

42

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା)୨୨-୧୧-୨୦୨୦(ସଞ୍ଜୀବ କୁମାର) :
ପରିଣତ ବୟସରେ ଏକ ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଇଁ ରାତି ଆଶ୍ରୟସ୍ଥଳି ପାଲଟିଛି ଗ୍ରାମ୍ୟ ମନ୍ଦିରବେଢା ଏବଂ ଦିନରେ ରୋଜଗାରପାଇଁ ସହାୟ ହୋଇଛି ରେଳଷ୍ଟେସନ । ଏହି ଦୁଖଭରା କାହାଣୀର ନିଛଳ କୋହକୁ ଛାତିରେ ଚାପିଧରୀ ପ୍ରତିଦିନ ଘୁରୀ ବୁଲୁଛନ୍ତି ଜଟଣୀ ନିକଟସ୍ଥ ବରପଦା ଗ୍ରାମର ପ୍ରସିଦ୍ଧ ରଘୁନାଥ ମନ୍ଦିରରେ ଆଶ୍ରୟ ନେଇଥିବା ଅସହାୟ ଓ ଦୃଷ୍ଟିଦୀନ ଦମ୍ପତି ଜୟରାମ ମିଶ୍ର ଏବଂ ପତ୍ନୀ ଗିତାଜଂଳି ।

ଏହି ଦମ୍ପତିଙ୍କ ବୟସ ୮୦ ଟପିଲାଣି । ହେଲେ ନିଜ ଦୃଢ ଇଛାଶକ୍ତି ନିକଟରେ ହାର ମାନିନି ପରିଣତ ବୟସ । ବଂଚିବାର ଏହି ସଂଘର୍ଷରେ ବର୍ଷର ୧୨ମାସ ଏମାନଙ୍କୁ ଜଟଣୀ ସହର ଓ ଏହାର ଆଖପାଖ ଅଂଚଳରେ ଦେଖିବାକୁ ମିଳିଥାନ୍ତି । ଖରା ନା ବର୍ଷା ଏମାନଙ୍କୁ କିଛି ଅସମ୍ଭବ ହୋଇନାହିଁ, ପ୍ରତ୍ୟେକ କ୍ଷେତ୍ରରେ ଏମାନେ ସଂଘର୍ଷ କରି ଜିବନ ଯୁଦ୍ଧରେ ଜୟକରି ଚାଲିଛନ୍ତି ଜୟରାମ ବୋଲି କୁହନ୍ତି ଏହି ଅସହାୟ ଦମ୍ପତି ପରିବାର । ମାନବିକତାର ମାନବ ସମାଜରେ ଏମାନେ ସବୁବେଳେ ନିରାଶ୍ରୟର ଚାଦର ଘୋଡିହୋଇ ରହିଥିବା ଏହି ଦମ୍ପତିଙ୍କ ପାଇଁ ସାହାଯ୍ୟ ଓ ସହାନୁଭୁତି ଏକ ଉଦାହରଣ ମାତ୍ର ବୋଲି କୁହାଯାଏ ।

ଏମାନଙ୍କୁ ଦେଖିଲେ ପ୍ରତ୍ୟେକ ବ୍ୟକ୍ତି ମାହାଳିଆରେ ଉପଦେଶ ଦେଇ ଚାଲିଯାଆନ୍ତି । ହେଲେ ଆଜି ପର୍ଯ୍ୟନ୍ତ କେହି କେବେ ହେଲେ ସହଯୋଗ ପାଇଁ ପ୍ରସ୍ତାବିତ କରିନାହାନ୍ତି ବୋଲି କହିଛନ୍ତି ଜୟରାମ । ଜଟଣୀ ନିକଟସ୍ଥ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଦୃଷ୍ଟିହୀନ ଜୟରାମ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଗିତାଜଂଳୀ ଦିର୍ଘ ଦିନରୁ ରହି ଆସୁଛନ୍ତି । ଉଭୟଙ୍କ ଆନୁମାନିକ ବୟସ ୮୦ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଜୟରାମ ପିଲାଟିଦିନୁ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ସତେ ଯେପରି ବିଶ୍ୱବିଧାତା ଏମାନଙ୍କ ଉପରେ ଦାଉ ସାଜିଛି । ନିସନ୍ତାନଥିବା ଏହି ଦମ୍ପତିଙ୍କର ମୁଣ୍ଡଗୁଜିଂବାକୁ ଘରଟିଏ ମଧ୍ୟ ନାହିଁ ।

କେବଳ ସେତିକି ନୁହେଁ ଏମାନଙ୍କର ସ୍ଥାୟୀଭାବରେ କୈାଣସି ରୋଜଗାର ପନ୍ଥା ଟିଏ ମଧ୍ୟ ହୋଇପାରିଲା ନାହିଁ । ଯେଉଁ ବୟସରେ ଘରେ ବସି ଭଗବାନଙ୍କୁ ସ୍ମରଣ କରିବାକଥା ସେ ବୟସରେ ୧୫ରୁ ୨୦କି:ମି ଖାଲିପାଦରେ ଚାଲିଚାଲି ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରୁଛନ୍ତି । ୮୦ ବର୍ଷିୟ ଜଣେ ଦୃଷ୍ଟିହୀନ ବୃଦ୍ଧଙ୍କ ହାତଧରି ଟାଣିଟାଣି ନେଇ ଜଣେ ଅସହାୟ ପତ୍ନୀ ଭିକ୍ଷାବୃତି କରୁଥିବା ଦୃଶ୍ୟ ଅତି ହୃଦୟବିଦାରକ ଦୃଶ୍ୟ ହୋଇଯାଇଛି । ହେଲେ ପ୍ରଶାସନ ଏହାକୁ କିପରି ଦେଖିପାରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରତିଦିନ ଚଳିବାପାଇଁ ଜଟଣୀ ସହର ଓ ବିଭିନ୍ନ ଗ୍ରାମ ବୁଲି ଭିକ୍ଷାବୃତି କରୁଥିବା ବେଳେ ପ୍ରତିଦିନିଆ ନିକଟବର୍ତି ୫କି:ମି ଦୁରରେ ଥିବା ଖୋର୍ଦ୍ଧାରୋଡ ରେଳଷ୍ଟେସନ ହେଉଛି ଏକମାତ୍ର ଭରସାର ରୋଜଗାର ପେଣ୍ଠସ୍ଥଳି । କେଉଁଠି କିଛି ନମିଳିଲେ ମଧ୍ୟ ଷ୍ଟେସନରେ କେହି କିଛି ନିଶ୍ଚିନ୍ତ ଦେଇଦିଅନ୍ତି ବୋଲି କହିଛନ୍ତି ଜୟରାମ ।

ସରକାରୀ ସହାୟତା ଏମାନଙ୍କ ପାଇଁ ଶାତ ସପନ ପାଲଟିଥିବା ବେଳେ ଲୋକମାନଙ୍କ ସହାୟତା ଏମାନଙ୍କୁ ବଂଚାଇ ପାରିଛି । ସରକାର ଗରୀବ ଅସହାୟମାନଙ୍କ ପାଇଁ କୋଟିକୋଟି ଟଙ୍କା ସହାୟତା ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରଶାସନର ଆଢୁଆଳରେ ଏହି ଦମ୍ପତି ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ହୋଇ ଅସହାୟ ଅବସ୍ଥାରେ ଜିବନ ଯିଇବାକୁ ସଂଘର୍ଷ ଜାରି ରଖିଛନ୍ତି । ବାରମ୍ବାର ପ୍ରଶାସନକୁ ଅବଗତ କରି ଶେଷରେ ନିରୁପାୟ ହୋଇ ଚୁପଚାପ ରହିଯାଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ଜୟରାମ । ପ୍ରତିଦିନ ଗାଁ ଓ ସହର ବୁଲି ଯାହା ରୋଜଗାର କରନ୍ତି ସେଥିରେ ଦୁଇପ୍ରାଣୀ ଚଳିଯାଅନ୍ତି ।

ଦିନସାରା ପତ୍ନୀ ଗିତାଜଂଳୀ ସ୍ୱାମୀଙ୍କ ସହିତ ଭିକ୍ଷାରେ ସହାୟତା କରି ରାତିରେ ଆଶ୍ରୟସ୍ଥଳକୁ ଆସି ରୋଷେଇ କରିବା ସହିତ ଲୁଗାପଟା ସଫାସୁତର କରିବା ଆଉ ଏକ ସମସ୍ୟା ବୋଲି କୁହନ୍ତି । ପରିଣତ ବୟସର ଶେଷ ପାହାଚରେ ବସିଥିବା ଏହି ବୃଦ୍ଧ ଦମ୍ପତି ଦିନ ସାରା ପରିଶ୍ରମ କରି ଭାଗ୍ୟକୁ ଆଦରି ମନ୍ଦିରବେଢାରେ ରାତି କାଟିଦିଅନ୍ତି । ଠାକୁରଙ୍କ ସ୍ମରଣରେ ମଶା,ମାଛି,ସାପ ,ବେଙ୍ଗ ଓ ଖରାବର୍ଷା ପ୍ରଭୃତିକୁ କୈାଣସି ଭୟ ନରଖି ନିକାଚଂନ ମନ୍ଦିର ବେଢାରେ ରାତ୍ରୀଯାପନ କରିଥାନ୍ତି । ଦିର୍ଘ ଦିନରୁ ଏଠାରେ ରହିଆସୁଥିବାରୁ ଆଉ ଭୟଲାଗୁ ନାହିଁ । ଅନେକ ପଶୁପକ୍ଷୀ ମଧ୍ୟ ଆମକୁ ଚିହ୍ନି ସାରିଲେଣି । ଡାକିଲେ ପାଖକୁ ଆସିଥାନ୍ତି ବୋଲି କୁହନ୍ତି ଏହି ଦମ୍ପତି ।

ତେଣୁ ଶେଷଥର ପାଇଁ ମଧ୍ୟ ଗଣମାଧ୍ୟମ ଜରିଆରେ ମଧ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏବଂ ବେସରକାରୀ ସଂସ୍ଥାକୁ ନିବେଦନ କରି କହିଛନ୍ତି ଯେ, ଆମକୁ କିଛି ନହେଲେ କୈାଣସି ସହୃଦୟ ବ୍ୟକ୍ତି ବୃଦ୍ଧାଶ୍ରମରେ ରଖି ଦିଅନ୍ତୁ , ଆଉ ଚାଲିଚାଲି ଭିକ୍ଷାବୃତି କରି ଚଳିବା ଧିରେଧିରେ ଅସମ୍ଭବ ହେଲାଣି ବୋଲି କହିଛନ୍ତି ଜୟରାମ ମିଶ୍ର । ଏମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସ୍ଥାନୀୟବାସୀ ଦୃଢଦାବି କରିଛନ୍ତି ।