
ବ୍ରହ୍ମପୁର, (ଇ. ରଞ୍ଜନ) : ଛତ୍ରପୁର ସରକାରୀ ଶିଳ୍ପ ପ୍ରତିଷ୍ଠାନରେ ଗତ କାଲି ଏକ ଉତ୍ସବ ଅନୁଷ୍ଠିତ ହଇଯାଇଛି ବିଭିନ୍ନ ନୂଆ ନୂଆ ଟ୍ରେଡରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ନବିଷ ମାନେ ନାମ ଲେଖା ଯାଇଥିବା ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l

ଏହି ଉତ୍ସବରେ ଅନୁଷ୍ଠାନର ଅଧିକ୍ଷ ମନମୋହନ୍ତ ମାଝୀ ପ୍ରଦୀପ ଜ୍ୱଳନ କରିବା ସହ ବୈଠକରେ ସଭାପତିତ୍ବ କରି କଠିନ ପରିଶ୍ରମ ସହ ତାଲିମ ଶେଷ କରି ନିଜ ନିଜର ଦକ୍ଷତା ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ତାଲିମ ଅଧିକାରୀ କିଶୋର କୁମାର ମହାପାତ୍ର ଉପସ୍ଥିତ ଥିଲେ l



