
ବାଲିଗୁଡା:21/05ବାଲିଗୁଡା ବ୍ଲକକୁ ଚତୁର୍ଥ ପର୍ଯ୍ୟାୟ ରେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ମାନେ ଏହି ପ୍ରବାସୀ ଓଡ଼ିଆ ମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ଶୁଡ୍ରା ପଞ୍ଚାୟତ ର ହାଇସ୍କୁଲ ଓ ଆଶ୍ରମ ସ୍କୁଲ ରେ ପ୍ରସ୍ତୁତ ହୋଇଛି ୨୧୨ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କ୍ଵାରେଣ୍ଟାଇନ ଶିବିର। ପ୍ରବାସୀ ମାନେ ଆସିବା ପରେ ସେମାନଙ୍କର ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ସେ ନେଇ ଅନୁଧ୍ୟାନ କରିଛନ୍ତି । ସେମାନଙ୍କର ଖାଇବା ଓ ରହିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଗ୍ରାମ ପଞ୍ଚାୟତର ସରପଞ୍ଚ । ଏଥିରେ ପୋଲିସ ପ୍ରଶାସନ ଏବଂ ସରକାରି କର୍ମଚାରୀ ସହଯୋଗର ହାତ ବଢ଼ାଇଛନ୍ତି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ




