
ଛତ୍ରପୁର ୨୧/୫ (ଜିଲ୍ଲା ଖବର): ଆଜି ହେଉଛି ଆତଙ୍କବାଦୀ ନିରୋଧ ଦିବସ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀ ଆଜିର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ର ଶୀକାର ହୋଇ ମୃତ୍ୟୁ ବରଣ କରିଥିଲେ। ଏଣୁ ଆଜି ର ଦିନକୁ ସମଗ୍ର ଭାରତ ବର୍ଷ ରେ ଆତଙ୍କ ବାଦୀ ନିରୋଧ ଦିବସ ରୂପେ ପାଳନ କରାଯାଉଛି।ଆତଙ୍କବାଦୀଙ୍କୁ ଦେଶରୁ ହଟାଇବା ପାଇଁ ଛତ୍ରପୁର ଗଞ୍ଜାମ ଏସପି ଙ୍କ କାଯ୍ୟାଳୟ ପରିସର ରେ ଏସପି ବ୍ରିଜେଶ କୁମାର ରାୟ ଙ୍କ ନେତୃତ୍ୱରେ ତାଙ୍କର ସହକର୍ମୀ ମାନେ ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଡ଼ ବିଶ୍ୱାସ ରଖି ନିଷ୍ଠା ପୁର୍ବକ ଶପଥ ନେବା ସହ ସମସ୍ତ ଶକ୍ତି ଲଗାଇ ଆତଙ୍କବାଦ ଓ ଅହିଂସାର ବିରୋଧ କରିବୁ ବୋଲି ଶପଥ ପାଠ ନେଇଥିଲେ।
ରିପୋର୍ଟ ଅଶୋକ ବେହେରା



