Home ଆଞ୍ଚଳିକ ପିପୁଲ୍ସ ଫୋରମ୍ ତରଫରୁ କରୋନା ସଚେତନତା ବାର୍ତ୍ତା

ପିପୁଲ୍ସ ଫୋରମ୍ ତରଫରୁ କରୋନା ସଚେତନତା ବାର୍ତ୍ତା

33

ବାଲିଗୁଡା ୨୧/୫ (ଜିଲ୍ଲା ଖବର) :
କନ୍ଧମାଳ ଜିଲ୍ଲା ର ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲାର ଲୋକମାନଙ୍କ ସୁରକ୍ଷା ପାଇଁ ସଚେତନତା ମାଧ୍ୟମରେ ମାସ୍କ, ସାବୁନ, ବିସ୍କୁଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି | ଏହି ଜଟିଳ ପରିସ୍ଥିତି ର ମୁକାବିଲା କରିବା ପାଇଁ ସରକାର ଙ୍କ ତରଫରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଅଭିନବ ପ୍ରଚେଷ୍ଟା ମାନ ଜାରି ରଖିଛନ୍ତି।ସାମାଜିକ ଦୂରତା ବଜାଈ ରଖିବା, ମାସ୍କ ନପିନ୍ଧି ପଦାରେ ବୁଲିବା ନାହିଁ , ଜନଗହଳି ଠାରୁ ଦୁରେଇ ରହିବା, ସାବୁନ ଵା ସାନିଟାଇଜରରେ ବାରମ୍ବାର ହାତ କୁ ଧୋଇବା, ଥଣ୍ଡା ଜ୍ୱର ଖାସ ହେଲେ ଡାକ୍ତରଙ୍କ ପରାମର୍ଶ ନେବା। ଏହିଭଳି ବହୁ ପରାମାର୍ଶ କରାଯାଇଛି | ଲୋକଙ୍କୁ କରୋନା ରୋଗକୁ ନେଇ ଭୟ କରିବାର କିଛି ଆବଶ୍ୟକ ନାହିଁ। ଘରେ ରୁହନ୍ତୁ,ବାହାରେ ବୁଲାବୁଲି କରନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରନ୍ତୁ ବୋଲି ସଚେତନତା ଵାର୍ତ୍ତା ପ୍ରଦାନ କରୁଛନ୍ତି ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର କରିଛନ୍ତି। ଏହି ଭଳି କାର୍ଯ୍ୟକ୍ରମ କୁ ବହୁ ଵୁଦ୍ଧୀଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ