Home ଆଞ୍ଚଳିକ ଲକ୍ ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ନିଜ ନିଜ ଅଞ୍ଚଳକୁ ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡିଆ ।

ଲକ୍ ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ନିଜ ନିଜ ଅଞ୍ଚଳକୁ ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡିଆ ।

47

ବାଲିଗୁଡା 21/05- ଦାରିଙ୍ଗବାଡି ବ୍ଲକକୁ ଚତୁର୍ଥ ପର୍ଯ୍ୟାୟରେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ମାନେ । ଏହି ପ୍ରବାସୀ ଓଡ଼ିଆ ମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ବ୍ଲକ ରେ ପ୍ରସ୍ତୁତ ହୋଇଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଗୁଡିକୁ ଯାଇ ଦାରିଙ୍ଗବାଡି ବିଡିଓ ଡଃ ଜଗଦୀଶ ଷଡ଼ଙ୍ଗୀ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କିପରି ହୋଇପାରିଛି ଅନୁଧ୍ୟାନ କରିଛନ୍ତି । ଦାରିଙ୍ଗବାଡି ବ୍ଲକ ରେ ୪୪ଟି ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦାରିଙ୍ଗବାଡି ର ଡବେରୀ ସେବାଶ୍ରମ ସ୍ଥିତ ସଙ୍ଗରୋଧ କେନ୍ଦ୍ର କୁ ଫେରିଥିବା ୯୬ଜଣଙ୍କୁ ଦାରିଙ୍ଗବାଡିର ଡବେରୀ ସେବାଶ୍ରମ ସ୍ଥିତ ଆମ୍ବେଦକର କଲେଜ ଠାରେ ଅସ୍ଥାୟୀ ହସ୍ପିଟାଲ ଓ କନ୍ୟାଶ୍ରମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି l ପ୍ରବାସୀ ମାନେ ଆସିବା ପରେ ସେମାନଙ୍କର ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ସେ ନେଇ ଅନୁଧ୍ୟାନ କରିଛନ୍ତି । ବିଡିଓ ଶ୍ରୀ ଷଡ଼ଙ୍ଗୀ ସିମନବାଡ଼ି ର ସରକାରୀ ହାଇସ୍କୁଲ ରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ଖାଦ୍ୟପେୟ ସହିତ ବିଜୁଳି ଓ ସେମାନଙ୍କ ର ସୁରକ୍ଷା ବ୍ୟବସ୍ଥା କଡାକଡି ଭାବେ ଅନୁଧ୍ୟାନ କରିଥିଲେ । ସିମନବାଡ଼ି ର ନୋଡାଲ ଅଫିସର ଦିଲୀପ କୁମାର ସାହୁ, ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ,ବିଡିଓ ଡଃ ଜଗଦୀଶ ଷଡ଼ଙ୍ଗୀ ମିଶି ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବିଡିଓ ଙ୍କ ସହିତ ଆକାଉଣ୍ଟସ ଅଫିସର କ୍ଷେତ୍ରୀବର ଜାନୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ