
ବାଲିଗୁଡା 21/05ଦାରିଙ୍ଗବାଡି ବ୍ଲକ ନିବାସୀ ଯୁବରାଜ ଅଧିକାରୀଙ୍କ ଘର ବାଡ଼ି ରେ ଏକ ବିରଳ ବ୍ରହ୍ମକମଳ ଫୁଲ ଗତକାଲି ରାତିରେ ଫୁଟିଥିବାର ଦେଖିବାକୁ ମିଳିଛି । ଏହି ବିରଳ ବ୍ରହ୍ମ କମଳ ଫୁଲ ଆଗଦିନରେ ବାଲିଗୁଡା ରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏକା ଥରକେ ୩ ଟି ଫୁଲ ଯୁବରାଜ ଅଧିକାରୀଙ୍କ ଘରେ ଫୁଟିଥିବାରୁ ତାଙ୍କର ପରିବାର ବହୁତ ଆନନ୍ଦ ପ୍ରକାଶ କରିଛନ୍ତି । ଏହି ବ୍ରହ୍ମକମଳ ଫୁଲ କୁ ଦେଖିବା ପାଇଁ ଆଖପାଖ ଲୋକ ଭିଡ଼ ଜମାଇଥିଲେ । ଏବଂ ଘର ମାଲିକ ମଧ୍ୟ ଅତ୍ୟନ୍ତ ଖୁସିରେ ଲୋକଙ୍କୁ ଦେଖିବାକୁ ସୁଯୋଗ ଦେଇଥିଲେ । ଏଥିରେ ଦାରିଙ୍ଗବାଡି ବ୍ଲକ ରେ ଖୁସିରେ ଲହରୀ ଦେଖାଦେଇଥିଲା ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



