Home ଆଞ୍ଚଳିକ ବାଲିଗୁଡା ପୋଲିସର ମଦ ଆଡ୍ଡା ଉପରେ ଚଢାଉ।

ବାଲିଗୁଡା ପୋଲିସର ମଦ ଆଡ୍ଡା ଉପରେ ଚଢାଉ।

76

କନ୍ଧମାଳ:୨୦/୦୫ସାରା ଦେଶରେ କରୋନା ଲାଗି ରହିଥିଲା ବେଳେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାବେଳେ ଦିନକୁ ଦିନ ବଢ଼ି ଚାଲିଛି ଦେଶୀ ମଦ କାରବାର । ଏଭଳି ଦୃଶ୍ୟ ବାଲିଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି। ବାଲିଗୁଡା ପୋଲିସ ଖବର ପାଇବା ପରେ କଟପଡ଼ି, ଇନ୍ଦିରାଜା ଓ କଟାରି ସାହିରେ ପହଞ୍ଚି ୩୮୦୦ ଲିଟରୁ ଉର୍ଦ୍ଧ୍ବ ପୋଚ ସହ ୧୦୦ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲି ମଦ ଜବତ କରିଛନ୍ତି। ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ପ୍ରୋବେସନାଲ ଡ଼ିଏସପି ମନୋଜ ପୂଜାରୀ ଉକ୍ତ ତିଆରି କରାଯାଉଥିବା ଭାଟିକୁ ଭାଙ୍ଗିବା ସହ ହାଣ୍ଡି, ପ୍ଲାଷ୍ଟିକ ଜାର, କାଠ, ଜବତ କରିବା ସହ ମଦ ରାନ୍ଧୁଥିବା ବ୍ୟକ୍ତି ଓ ଗିରଫ ହୋଇଥିବା ଲୋକଙ୍କ ନାମରେ ୧୦୧, ୧୦୨ / ୨୦୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉରେ ପ୍ରୋବେସନାଲ ଡ଼ିଏସପି, ବାଲିଗୁଡ଼ାଥାନା ଭାରପ୍ରାପ୍ତ ଅଧିକାରୀ,ଉପ ଅଧିକାରୀ ସଞ୍ଜୟ ପ୍ରଧାନଙ୍କ ସମେତ ଥାନା କର୍ମଚାରୀ ଓ ଭଗାମୁଣ୍ଡା ମା ଠାକୁରାଣୀ ନାରୀସଂଘଙ୍କର ସଭ୍ୟା ସହଯୋଗ କରିଥିଲେ ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ