Tuesday, October 13, 2026
Home ଆଞ୍ଚଳିକ ସଠିକ ତଦନ୍ତ ଅଭାବରୁ ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାର ରାସନ କାର୍ଡ ରୁ ବଞ୍ଚିତ

ସଠିକ ତଦନ୍ତ ଅଭାବରୁ ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାର ରାସନ କାର୍ଡ ରୁ ବଞ୍ଚିତ

89


କନ୍ଧମାଳ:୧୯/୦୫ ଶିବପ୍ରସାଦ ପଟ୍ଟନାୟକ ବାଲିଗୁଡା N.A.C ବଜାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଲକଡାଉନରେ ଦୋକାନ ବନ୍ଦହୋଇଯିିବା ଫଳରେ ଦୁଇ ସନ୍ତାନ ଓ ସ୍ତ୍ରୀକୁ ଦାନା ଯୋଗାଡ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଛି । ଶିବ ପ୍ରସାଦ ପଟ୍ଟନାୟକଙ୍କର ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ୍ଵହେବ ନୂଆସାହିର ଶାନ୍ତ ସୁନ୍ଦର ପଣ୍ଡାଙ୍କ ଘରେ ଭଡାଟିଆ ଭାବେ ରହୁଛନ୍ତି। ତାଙ୍କର ନିଜସ୍ଵ ଘର ଖଣ୍ଡିଏ ବି ନଥିବାର ଜଣା ପଡିଛି | କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି। କେହିବି ଭୋକରେ ନ ରହିବା ପାଇଁ ସରକାର କହୁଛନ୍ତି । ଏଥିପାଇଁ ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା N.A.C ର ୬ ନମ୍ବର ୱାର୍ଡରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରର ରାସନ କାର୍ଡ ନ ଥିବାରୁ ସେ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ,ଏନ ଏ ସି ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କିଛି ଫଳ ମିଳୁନାହିଁ । ଲକଡାଉନ ସମୟରେ N.A.C ଅଧିକାରୀ ଏବଂ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଛନ୍ତି; ଏନେଇ ଯୋଗାଣ ଅଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ପଚାରିବାରୁ ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇ ଥିବା ଜଣାଯାଇଛି l ସରକାରୀ ଅଧିକାରୀଙ୍କ ଭୁଲ ତଦନ୍ତ ହୋଇଥିବାରୁ ଜଣେ ପ୍ରକୃତ ହିତାଧିକାରୀ ରାସନପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।ଉପଖଣ୍ଡ ପ୍ରଶାସନ ପୁନଃ ତଦନ୍ତକରି ରାସନକାର୍ଡ ଯୋଗାଇ ଦେବାକୁ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ଅନ୍ୟ ବରିଷ୍ଠ ନେତା ଦାବି କରିଛନ୍ତି l

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ