
କନ୍ଧମାଳ:୧୮/୦୫ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକଙ୍କୁ ନେଇ TS 08 UB-7800 ନମ୍ବରଯୁକ୍ତ ବସ୍ ବାଲିଗୁଡା ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରହିଥିବାର ଦେଖିବାକୁ ମିଳିଥିଲା।
ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ଏମାନେ କାମ କରୁଥିଲେ। କରୋନା ର ପ୍ରଭାବରେ ଲକ୍ ଡାଉନ୍ ଯୋଗୁଁ ସେମାନେ ଘରକୁ ଫେରି ପାରିନଥିଲେ। ସରକାର ନିୟମରେ କୋହଳ କରିବାପରେ କଳାହାଣ୍ଡି ଜିଲ୍ଲାର ୨୩ଜଣ ଶ୍ରମିକ ହାଇଦ୍ରାବାଦରୁ ଏକ ବସ୍ ଭଡ଼ା କରି ନିଜର ଭିଟାମାଟି ଅଭିମୁଖେ TS 08 UB-7800 ନମ୍ବର ଯୁକ୍ତ ବସ୍ ରେ ଆସୁଥିଲା ବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟରେ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।ଫୋନ ଦ୍ୱରା ଖବରପାଇ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡିଏସପି ମନୋଜ କୁମାର ପୁଜାରୀ ଘଟଣାସ୍ଥଳରେ ପହଁଚିଥିଲେ ଏଥିସହିତ ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସ, ରାଜ କିଶୋର ପାଢ଼ୀ,ରଞ୍ଜିତ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତି ରେ ମେକାନିକ୍ ଡକାଇ ବସ୍ ମରାମତି କରାଇବାରେ ସହଯୋଗ କରିବା ସହ ପ୍ରବାସୀଙ୍କୁ ଜଳଖିଆ,ବିସ୍କୁଟ୍,ଥଣ୍ଡାପାନୀୟ ଆଦି ସାମଗ୍ରୀ ଦେଇଥିଲେ। ଅସୁବିଧା ସମୟରେ ସାହାଯ୍ୟ ର ହାତ ବଢ଼ାଇଥିବାସହ ପ୍ରବାସୀଙ୍କୁ ନିଜ ଗାଁ କୁ ପଠାଇଥିଲେ। ଏଥିରେ ସମସ୍ତ ପ୍ରବାସୀ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



