Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଛୁଇଁଲା “କରୋନା”; ତାମିଲନାଡୁ ଫେରନ୍ତା ବୋଲି ସୂଚନା ମିଳିଛି।

କନ୍ଧମାଳ ଛୁଇଁଲା “କରୋନା”; ତାମିଲନାଡୁ ଫେରନ୍ତା ବୋଲି ସୂଚନା ମିଳିଛି।

201

ବାଲିଗୁଡା: 18/05-କନ୍ଧମାଳ ଛୁଇଁଲା କରୋନା; ତାମିଲନାଡୁ ଫେରନ୍ତା ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲାକୁ ଗତ ଶନିବାର ଅର୍ଥାତ୍ ୧୬-୦୫-୨୦ ସୁଧା ୧୩୦୩ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସେହି ମାନଙ୍କୁ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରଖା ଯାଇଥିଲା ବେଳେ ପ୍ରଥମ ଥର ପାଇଁ ତାମିଲନାଡୁର ଚେନ୍ନାଇ ସହରରୁ ଆସିଥିବା ଦୁଇ ଜଣ ପ୍ରବାସୀ ଓଡ଼ିଆ କରୋନା ଚିହ୍ନଟ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରୁ ପଠାଯାଇଥିବା ସ୍ୱାବ ନମୁନାରୁ ଦୁଇ ଜଣଙ୍କର ପଜିଟିଭ ମିଳିଥିବା ଜଣାପଡିଛି। ସେମାନେ ଜିଲ୍ଲାକୁ ଆସିବା ମାତ୍ରେ ସେମାନଙ୍କୁ ରତଙ୍ଗ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଥିଲା। ଗତକାଲି ସନ୍ଧ୍ୟାରେ ଉକ୍ତ ଦୁଇ ଜଣକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଭୁବନେଶ୍ୱରର କିମ୍ସ ସ୍ଥିତ କୋଭିଡ-୧୯ ହସ୍ପିଟାଲ କୁ ପଠାଇଥିବା ଜଣା ପଡିଛି । ଏହି ସମ୍ବନ୍ଧରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କନ୍ଧମାଳ, ଫୁଲବାଣୀ ତା ୧୮.୦୫ ରିଖ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ