Thursday, October 15, 2026
Home ଆଞ୍ଚଳିକ ବିରଳ ବ୍ରହ୍ମକମଳ ଫୁଲ

ବିରଳ ବ୍ରହ୍ମକମଳ ଫୁଲ

97

ବାଲିଗୁଡ଼ା ୧୭/୫ (ଜିଲ୍ଲା ଖବର) : କନ୍ଧମାଳ ବାଲିଗୁଡା ଏନ ଏ ସି ଅନ୍ତର୍ଗତ ପାତ୍ରସାହି ଠାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଥିବା ପରିଲକ୍ଷିତ ହୋଇଛି। ଏହାକୁ ଦେଖିବା ନିମନ୍ତେ ସକାଳୁ ସକାଳୁ ବହୁ ଭିଡ ପରିଲକ୍ଷିତ ହୋଇଥିଲା। ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଲୋକ ମାନଙ୍କ ଭିତରେ ଏକ କୌତୁହଳ ପରିପ୍ରକାଶ ହୋଇଥିଲା। ପୌରାଣିକ ମତ ଅନୁସାରେ ଏହି ଫୁଲ ବ୍ରହ୍ମାଙ୍କ ବରଦାନ ସଦୃଶ। ଏହି ଫୁଲ ବୈରାଗୀ ଜେନାଙ୍କ ଘରେ ଫୁଟିଥିବା ଜଣାପଡିଛି। ଏହାକୁ ତୋଳି ନିକଟସ୍ଥ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଛି।ଫଳରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ବ୍ରହ୍ମକମଳ ଫୁଲକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ।

,