Thursday, October 15, 2026
Home ଆଞ୍ଚଳିକ ସରକାରୀ କଣ୍ଟ୍ରୋଲ ଦୋକାନରେ ଡାଲି ଯୋଗାଣ

ସରକାରୀ କଣ୍ଟ୍ରୋଲ ଦୋକାନରେ ଡାଲି ଯୋଗାଣ

135

ବାଲିଗୁଡା ୧୭/୫ (ଜିଲ୍ଲା ଖବର) : ସାରା ଦେଶ ଲକ ଡାଉନ ଥିଲା ବେଳେ ସରକାରଙ୍କ ତରଫରୁ ବାଲିଗୁଡା ଇଲେକ୍ଟ୍ରି ସାହି କଣ୍ଟ୍ରୋଲ ଦୋକାନରେ ଲୋକଙ୍କୁ ଡାଲି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ସାହିରେ ଥିବା କଣ୍ଟ୍ରୋଲ ଦୋକାନରେ ଗୋଟିଏ ଖାଉଟି କାର୍ଡ ପିଛା ଏକ କେଜି ହିସାବରେ ତିନି ମାସ ପାଇଁ ତିନି କେଜି ଡାଲି ବିତରଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | କରୋନାର ପ୍ରଭାବରେ ଲୋକଙ୍କୁ ଦୁଇହାତ ଦୂରତାରେ ଥାଇ ଜିନିଷ ନେଉଥିବାର ପରିଲକ୍ଷିତ ହୋଇଥିଲା | ଏହିପରି ସାମାଜିକ ଦୂରତ୍ୱ ବଜାୟ ରଖିଥିବାରୁ ଦୋକାନୀ ପ୍ରଶଂସାର ପାତ୍ର ହୋଇଛିନ୍ତି।ଖୁବ୍ ସୁରୁଖୁରୁରେ ଉକ୍ତ ଖାଉଟି ବଣ୍ଟନ କାର୍ଯ୍ୟ ପରିଚାଳିତ ହୋଇଥିବା ଜଣାପଡିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ