Home ଆଞ୍ଚଳିକ ଲକ୍ ଡାଉନ୍ ରେ ଥିବା ଯୋଗୁଁ ଜୀବନ ସହିତ ସଂଘର୍ଷ କରୁଛନ୍ତି ସୁନନ୍ତି ।

ଲକ୍ ଡାଉନ୍ ରେ ଥିବା ଯୋଗୁଁ ଜୀବନ ସହିତ ସଂଘର୍ଷ କରୁଛନ୍ତି ସୁନନ୍ତି ।

118

ବାଲିଗୁଡ଼ା ୧୭/୫ (ଜିଲ୍ଲା ଖବର) : ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ବର୍ତ୍ତମାନ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି ସବୁ ବର୍ଗର ଲୋକଙ୍କ ମଧ୍ୟରେ, କିନ୍ତୁ ବିଶେଷ କରି ଗରିବ ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ସମୟରେ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ସୁନାପାଙ୍ଗା ସାହିର ସୁନନ୍ତି ମଲ୍ଲିକଙ୍କ କ୍ଷେତ୍ରରେ ଏକ ଗୃହ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରତ ସମୟରେ ତାଙ୍କ ମୁଣ୍ଡ ଉପରେ ଏକ ପଥର ପଡି ରକ୍ତ ବୋହିବା ସହ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲ ନେବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଛନ୍ତି ନିକଟସ୍ଥ ଡାକ୍ତର। ଏହି ଶ୍ରମିକ ଜଣକ ସୁନେମିଲା ଗ୍ରାମର ବୋଲି ଜଣାପଡ଼ିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ