ବାଲିଗୁଡା,୧୬-୦୫(ଜ଼ିଲ୍ଲା ଖବର): ପାଞ୍ଚୋଟି ବସ୍ ଭଡ଼ା କରି ତାମିଲନାଡ଼ୁରୁ ୫୦ଜଣ ପ୍ରବାସୀ ଓଡ଼ିଆ ୩ଲକ୍ଷ ୫୦ ହଜାର ଟଙ୍କା ଦେଇ ନିଜ ଭିଟାମାଟି କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଅଭିମୁଖେ ବାହାରିଥିଲେ। କିନ୍ତୁ ବସ୍ କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ନିକଟଷ୍ଟ ଅଧାବାଟରେ ପ୍ରବାସୀଙ୍କୁ ବସ୍ ରୁ ଓହ୍ଲାଇ ଦେଇବସ୍ ଫେରିଯାଇଥିଲା | ବାଧ୍ୟହୋଇ ପ୍ରବାସୀ ପୁଣି ସେଠାରୁ ଚାଲିଚାଲି ଗାଁ ଅଭିମୁଖେ ବାହାରିଥିବା ବେଳେ ଖବରପାଇ କୋଟଗଡ଼ ର ଥାନା ଅଧିକାରୀ ହରମୋହନ ନାୟକ ନିଜ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ସମସ୍ତ ପ୍ରବାସୀ ଙ୍କୁ ନେଇ ଲାସେରୀ ସ୍କୁଲରେ ରଖିବାର ବ୍ୟବସ୍ତା କରିଥିଲେ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଥିଲେ । ପ୍ରବାସୀଙ୍କ ଖାଇବା ପିଇବା ବୁଝା ବୁଝି କରିବା ସହ ସେମାନଙ୍କୁ ନିଜ ଗାଁ କୁ ପଠାଇବାର ବ୍ୟବସ୍ତା କରାଯାଉଛି ବୋଲି କହିଛନ୍ତି ହରମୋହନ ନାୟକ l ଏଭଳି ପରିସ୍ଥିତି ରେ ସେମାନଙ୍କ ପାଖରେ ପହଁଚି ପ୍ରବାସୀଙ୍କ ଭଲମନ୍ଦ ବୁଝିବାସହ ସହଯୋଗର ହାତ ବଢ଼ାଇଛନ୍ତି | ଏଭଳି ମହତ କାର୍ଯ୍ୟ କୁ ପ୍ରବାସୀ ଓଡ଼ିଆ ମାନେ ପ୍ରଶଂସା କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ





