Thursday, October 15, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡାରେ ସାପ୍ତାହିକ ହାଟ ପୁନଃ ପରିଚାଳନା

ବାଲିଗୁଡାରେ ସାପ୍ତାହିକ ହାଟ ପୁନଃ ପରିଚାଳନା

104


ବାଲିଗୁଡା,୧୬-୦୫(ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୬୭୦/ ତା ୧୪.୦୫.୨୦୨୦ ନିର୍ଦେଶ ଆନୁସାରେ କରୋନା ମହାମାରୀ ର ପ୍ରଭାବରେ ପଂଚାୟତ ସ୍ତରରେ ବନ୍ଦ ହୋଇଥିବା ହାଟକୁ ପୁନଃ ଚାଲୁ କରିବାକୁ ଅନୁମତି ପ୍ରଦାନ କରାଯାଇଛି | ନିଜ ନିଜ ଭିତରେ ଦୂରତା ଦୁଇ ମିଟର ବଜାୟ ରଖିବା,ପଦାକୁ ଗଲା ବେଳେ ମାକ୍ସ ପିନ୍ଧିବା, ଜ୍ଵର ଖାସ ଥଣ୍ଡା ହୋଇଥିଲେ ହାଟକୁ ନ ଆସିବା କୁ ବାରଣ କରିବା ଓ ଆଶା କର୍ମୀ କୁ ଜଣାଇବା, ନିଜେ ପରିସ୍କାର ରହିବା ସଙ୍ଗେ ପରିବେଶକୁ ପରିଷ୍କାର ରଖିବା, ଏଣେତେଣେ ଛେପ ନ ପକାଇବା,ହାତ କୁ ବାରମ୍ବାର ସାବୁନ ରେ ଧୋଇବା ଓ ମୁହଁ, ନାକ,ଆଖି ଓ କାନ ରେ ନ ମାରିବାକୁ ପରାମର୍ଶ ଦେବା, ବିନା କାରଣରେ ଘରୁ ନ ବାହାରିବା ଓ ହାଟରେ ନ ବୁଲିବା ଏପରି ଉପରୋକ୍ତ ନିୟମ କୁ କଡାକଡି ଭାବରେ ପାଳନ କରିବା କୁ ନିଦେର୍ଶ ଦିଆଯାଇଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ