Monday, October 12, 2026
Home ଜିଲ୍ଲା କନ୍ଧମାଳ ମଧ୍ୟପ୍ରଦେଶରୁ ଆଶି ବାଲିଗୁଡାରେ କାମ କରୁଥିବା ଲୋକ ନିଜ ରାଜ୍ୟକୁ ଗଲେ

ମଧ୍ୟପ୍ରଦେଶରୁ ଆଶି ବାଲିଗୁଡାରେ କାମ କରୁଥିବା ଲୋକ ନିଜ ରାଜ୍ୟକୁ ଗଲେ

109

ବାଲିଗୁଡା,୧୫/୦୫(ଜ଼ିଲ୍ଲା ଖବର): ଲକଡ଼ାଉନ ସମୟ ପୂର୍ବରୁ ଲୁହା ଉପକରଣୀ କାମ ପାଇଁ ମଧ୍ୟପ୍ରଦେଶର ଭୋପାଲରୁ ଓଡିଶାର କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଆଶିଥିଲେ | ସେମାନେ ଲୁହା ଉପକରଣରେ କାତି, ଟାଙ୍ଗିଆ, ପନିକି ଇତ୍ୟାଦି କାମ କରି ପେଟ ପୋଷୁଥିବା 43 ଜଣ ଲୋକ ବାଲିଗୁଡାରେ ରହିଥିବାର ଦେଖିବାକୁ ମିଳିଥିଲା | ପରେ ଏମାନଙ୍କୁ ବାରଖମାରେ ଦେଖିବାକୁ ମିଳିଥିଲା | ଲକଡ଼ାଉନ ପରେ ପରେ ଏମାନଙ୍କର ପେଟପୋସିବା କାଠିକର ହୋଇଛି | ଏ ମାନଙ୍କୁ ବାରଖମାରୁ ଆଣି ବାଲିଗୁଡା ଆଦିବାସୀ କଲେଜ ଠାରେ କ୍ୱାରାନଟାଇନରେ ରଖାଯାଇଥିଲା | ବାଲିଗୁଡା ଏନଏସି ସହାୟତାରେ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା ଓ ଏମାନେ ନିଜ ଖର୍ଚରେ ଅନିଲ ନାମକ ବସରେ ମଧ୍ୟପ୍ରଦେଶ ଯିବା ପାଇଁ କାଲି ରାତ୍ର ବାହାରି ଥିଲେ ଓ ବସ 43 ଜଣ ଯାତ୍ରୀକୁ ନେଇ ମଧ୍ୟପ୍ରଦେଶ ଆଭିମୁଖ୍ୟ ବାହାରିଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ