Tuesday, October 13, 2026
Home ଜିଲ୍ଲା କନ୍ଧମାଳ ମାଲିପଡା ଗ୍ରାମରେ ବିଶୋଧନ ମୂଳକ ପଦକ୍ଷେପ

ମାଲିପଡା ଗ୍ରାମରେ ବିଶୋଧନ ମୂଳକ ପଦକ୍ଷେପ

37

ବାଲିଗୁଡା,୧୫/୦୫(ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ନିକଟସ୍ଥ ମାଲିପଡା ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ଏବଂ ଅଗ୍ନିଶମ କର୍ମଚାରୀ ଓ ଗୁରୁପଡାର ଯୁବକ ମାନେ ମିଶି ନିଜ ଗାଁ କୁ ବିଶୋଧିତ ସ୍ପ୍ରେ ମାଧମରେ ସାନିଟାଇଜ କରିଛନ୍ତି | ଏଥି ସହିତ ଗ୍ରାମର ସବୁ ନଳକୁଅ,ପୋଖରୀ ଓ କୂଅ ଚାରିପାଖ କୁ ସଫା ସୁତୁରା କରିବା ସହ ବ୍ଲିଚିଙ୍ଗ ପାଉଡର ପକାଇଥିବାର ଦେଖିବାକୁ ମିଳିଥିଲା | ତତ ସଙ୍ଗେ ସଙ୍ଗେ ପ୍ରତ୍ୟକ ଘରେ ସାବୁନ,ହ୍ୟାଣ୍ଡୱାସ ଓ ସାନିଟାଇଜର ବିତରଣ କରିଥିଲେ ଏବଂ ଗ୍ରାମବାସୀ ମାନଙ୍କୁ କରୋନା ମହାମାରୀ ନେଇ ସଚେତନ କରାଇଥିଲେ I ସ୍ବେଛାସେବୀ ଯୁବକ ଗୋଷ୍ଠୀ ଏବଂ ଅଗ୍ନିଶମ କର୍ମଚାରୀ ସେମାନଙ୍କ ଏହି ପଦକ୍ଷେପ ପାଇଁ ଗ୍ରାମବାସୀ ମାନଙ୍କ ପାଖରେ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି I
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ